www.samajalive.in
Sunday, December 7, 2025
23.1 C
Bhubaneswar

ତିନିଦିନ ପରେ କାବୁ ହେଲା ମାରଣାସ୍ତ୍ରଧାରୀ ଯୁବକ

ଲହୁଣୀପଡ଼ା :ତିନିଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଯୁବକକୁ ବୁଧବାର ସନ୍ଧ୍ୟାରେ ପୁଲିସ କାବୁ କରିବାରେ ସକ୍ଷମ ହୋଇଛି। ଗତକାଲି ଉନ୍ମତ୍ତ ଯୁବକର ତୀର ମାଡ଼ରେ ଥାନା ଅଧିକାରୀ ଓ ଦୁଇଜଣ କନଷ୍ଟେବଳ ଆହତ ହୋଇଥିବାବେଳେ ବାଟୁଳୀ ମାଡ଼ରେ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ମୁଣ୍ଡ ଫାଟିଥିଲା ।  ତାକୁ ଧରିବା ପାଇଁ ପୁଲିସ ଓ ଦମକଳ ବାହିନୀ ଦୁଇଦିନ ଧରି ନାକେଦମ ହୋଇଯାଇଥିଲେ । ରାତିସାରା ସେଠାରେ ସମସ୍ତେ ଜଗି ରହିଥିଲେ। ଶେଷରେ ପୁଲିସକୁ ସଫଳତା ମିଳିଛି। ଲହୁଣୀପଡ଼ା ବ୍ଲକ ଫୁଲଝର ପଞ୍ଚାୟତ ଅନ୍ତର୍ଗତ ବଡ଼ଜଲ ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ସଦନ ମୁଣ୍ଡା ତିନିଦିନ ଧରି ରହିଥିଲା। ବିଦ୍ୟାଳୟ ମଧ୍ୟାହ୍ନ ଭୋଜନର ଚାଉଳ ଓ ଡାଲି ନେଇ ସେ ଛାତ ଉପରେ ରୋଷେଇ କରି ଖାଉଥିଲା। ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ରବିବାର ମହୁଲପଦା ପୁଲିସ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲା। ଏପରିକି ସଦନର ତୀର ମାଡ଼ରେ ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ଓ ଦୁଇ କନଷ୍ଟେବଳ ଆହତ ହୋଇଥିଲେ।
ବିଦ୍ୟାଳୟକୁ ସେ ଏକପ୍ରକାର କବ୍‌ଜା କରି ରଖିଥିବାବେଳେ ପିଲାଙ୍କୁ ନିକଟସ୍ଥ ମରିଚଡିହି ବିଦ୍ୟାଳୟରେ ପାଠ ପଢ଼ାଯାଉଥିଲା। ବଡ଼ଜଲ ଗ୍ରାମ ପିଣ୍ଡିକା ସାହିର ସାହୁ ମୁଣ୍ଡାର ପୁଅ ସଦନ ମୁଣ୍ଡା(ଧନୀ)କୁ ଧରିବା ପାଇଁ ବୁଧବାର ସକାଳୁ ଅପରେସନ ଆରମ୍ଭ ହୋଇଥିଲା। ଡିଭିଏଫ ଟିମ, ପାଞ୍ଚଟି ସ୍ବତନ୍ତ୍ର ଟିମ, ଡଗସ୍କ୍ବାର୍ଡ ପହଞ୍ଚି ଅପରେସନ ଚଳାଇଥିଲେ। ରବିବାରଠାରୁ ତିନି ମହଲା ଉପରେ ଥିବା ସଦନର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଇଥିଲେ ତାକୁ ମଧ୍ୟ ଖସାଇଦେବାକୁ ଚେଷ୍ଟା କରି ବିଫଳ ହୋଇଥିଲା ସଦନ। ଏକ ଆଠ ପୃଷ୍ଠା ସମ୍ବଳିତ ହାତ ଲେଖା କାଗଜ ତଳକୁ ଫୋପାଡ଼ିଥିଲା। ସେଥିରେ ସେ ଏକକୋଟି ଟଙ୍କା, ଘର, ନଳକୂପ ଇତ୍ୟାଦି ଦରକାର ବୋଲି ଉଲ୍ଲେଖ କରିଥିଲା। ଶେଷରେ ତାକୁ କାବୁ କରିବାକୁ ପୁଲିସ, ଡିଭିଏଫ ଟିମ୍‌ ବିଦ୍ୟାଳୟରେ ପ୍ରବେଶ କରିବା ସହ ଭଙ୍ଗାରୁଜା ଲୁହା କବାଟକୁ ଢାଲ ଭାବେ ବ୍ୟବହାର କରି ସଦନ ନିକଟରେ ପହଞ୍ଚିବା ସହ ତାକୁ କାବୁ କରିଥିଲେ। ତାକୁ ଥାନାକୁ ନିଆଯାଇଥିବାବେଳେ କାହିଁକି ଏଭଳି କାଣ୍ଡ କରୁଥିଲା ସେ ନେଇ ପଚରାଉଚରା ଜାରି ରହିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories