www.samajalive.in
Saturday, December 13, 2025
26.1 C
Bhubaneswar

ଆଇଫୋନ୍ ୧୬ରେ ଟଚସ୍କ୍ରିନ୍ ସମସ୍ୟା, ଚିନ୍ତାରେ ଗ୍ରାହକ

ନୂଆଦିଲ୍ଲୀ : ଆପଲ ନିକଟରେ ଆଇଫୋନ୍ ୧୬ ସିରିଜର ବଜାର ପ୍ରବେଶ କରିଛି । ଆପଲର ଏହି ଫ୍ଲାଗସିପ୍ ସ୍ମାର୍ଟଫୋନକୁ ଲୋକଙ୍କ ବହୁତ ଭଲପାଇବା ମିଳୁଛି । ଅନେକ ସଂଖ୍ୟାରେ ଉପଭୋକ୍ତା ଏହାକୁ କିଣୁଛନ୍ତି । ତେବେ ଅନେକ ଗ୍ରାହକ ଆଇଫୋନ୍ ୧୬ରେ ଟଚସ୍କ୍ରିନରେ ସମସ୍ୟା ଦେଖାଯାଉଥିବା କହୁଛନ୍ତି । କିଛି ଗ୍ରାହକଙ୍କ କହିବାନୁସାରେ ସ୍କ୍ରଲ୍ କରିବା ସମୟରେ ବା ବଟନ ଦବାଇବା ସମୟରେ କିମ୍ବା ଟାଇପ୍ କରିବା ସମୟରେ ସମସ୍ୟା ଦେଖାଦେଉଛି ।

ତେବେ ଏକ ରିପୋର୍ଟ ଅନୁସାରେ ହାର୍ଡଓ୍ବେୟାର ଖରାପ ଯୋଗୁଁ କିମ୍ବା ସଫ୍ଟଓ୍ବେୟାରରେ ବଗ୍ ଯୋଗୁଁ ଏହି ସମସ୍ୟା ଉପୁଜିଥାଇପାରେ । ଗ୍ରାହକଙ୍କୁ ଏହା ନିରାଶ କରୁଛି ବୋଲି ସାମାଜିକ ଗଣମାଧ୍ୟମରେ ମିମ୍ ଭାଇରାଲ ହେଉଛି । କେବଳ ଆଇଫୋନ୍ ୧୬ ନୁହେଁ, ଆଇଫୋନର କିଛି ପୁରୁଣା ମଡେଲରେ ମଧ୍ୟ ଏହି ସମସ୍ୟାର ସାମ୍ନା କରୁଛନ୍ତି ଉପଭୋକ୍ତା ।  ତେବେ ଆପଲ ଖୁବ ଶୀଘ୍ର ଏହାର ସମାଧାନ କରିବ ବୋଲି ଆଶା କରାଯାଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories