www.samajalive.in
Sunday, December 14, 2025
26.1 C
Bhubaneswar

ଭିଡିଓ : ସିଧାପ୍ରସାରଣ ସମୟରେ ଖସିଲା ମିସାଇଲ, ସାମ୍ବାଦିକ ଆହତ

ଲେବନାନ୍ : ଇସ୍ରାଏଲ ଗତ ୫ ଦିନ ଧରି ଲେବନାନର ରାଜଧାନୀ ବେରୁତ, ଉତ୍ତର ଦକ୍ଷିଣ ଭାଗରେ ମିଲିସିଆ ଗ୍ରୁପ ହିଜ୍ବୁଲ୍ଲାହରେ ଅନେକ ସ୍ଥାନକୁ ଟାର୍ଗେଟ୍ କରୁଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୬୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲେବନାନର ଏକ ଭୟଙ୍କର ଦୃଶ୍ୟ ନଜର ଆସୁଛି । ଲେବନାନରେ ଇସ୍ରାଏଲର ମିସାଇଲ ଆକ୍ରମଣରେ ଜଣେ ଜଣାଶୁଣା ସାମ୍ବାଦିକ ଆହତ ହୋଇଛନ୍ତି । ଲେବନାନର ସାମ୍ବାଦିକ ଫାଦି ବୁଦାୟା ଏକ ସାକ୍ଷାତକାରର ସିଧାପ୍ରସାରଣ କରୁଥିବା ସମୟରେ ତାଙ୍କ ଘର ଉପରେ ମିସାଇଲ ଖସିଥିଲା ।

- Advertisement -

ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଲେବନାନ ସାମ୍ବାଦିକ ତଥା ମିରାୟା ଅନ୍ତର୍ଜାତୀୟ ନେଟଓ୍ବର୍କ ମୁଖ୍ୟ ସମ୍ପାଦକ ଫାଦି ବୁଦାୟାଙ୍କୁ ସାକ୍ଷାତକାରର ସିଧାପ୍ରସାରଣ କରୁଥିବା ଦେଖିବାକୁ ମିଳୁଛି । ଆଲୋଚନା ମଧ୍ୟରେ ବିସ୍ଫୋରଣ ହେଉଛି ଏବଂ ବୁଦାୟା ନିଜ ନିୟନ୍ତ୍ରଣ ହରାଇ ଦେଉଛନ୍ତି । ଭିଡିଓରେ ତାଙ୍କୁ କ୍ୟାମେରା ସାମ୍ନାରେ ପଡିଯାଉଥିବା ଦେଖିବାକୁ ମିଳୁଛି । ପରେ ସାମାଜିକ ଗଣମାଧ୍ୟମରେ ବୁଦାୟା ସୁସ୍ଥ ଥିବା ଜଣାଇବା ସହ ସମସ୍ତଙ୍କୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତିତ ଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories