www.samajalive.in
Saturday, December 13, 2025
26.1 C
Bhubaneswar

ଘରେ ଘରେ କ୍ଷେପଣାସ୍ତ୍ର ଲୁଚାଇ ରଖିଛି ହେଜବୋଲ୍ଲା, ଫଟୋ ଦେଖିଲେ ତାଜୁବ ହେବେ

ସମାଜ ଡିଜିଟାଲ ଡେସ୍କ: ଲୋକଙ୍କ ଘରେ କ୍ଷେପଣାସ୍ତ୍ର ଗଚ୍ଛିତ ରଖିଛି ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା। ଘରେ ଘରେ ରହିଛି ଅସ୍ତ୍ରଶସ୍ତ୍ର। ଯାହାର ଫଟୋ ଜାରି କରିଛି ଇସ୍ରାଏଲ। ଇସ୍ରାଏଲ ବିରୋଧରେ ଏସବୁ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରୁଛି ହେଜବୋଲ୍ଲା, ଯେଉଁଥିପାଇଁ ଏବେ ଯୁଦ୍ଧ ଘନେଇବାରେ ଲାଗିଛି।

ପୂର୍ବରୁ ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଜାରି ରହିଥିଲା। ହମାସକୁ ମୂଳପୋଛ କରିବାରେ ଇସ୍ରାଏଲ ସଫଳ ହୋଇଥିବାବେଳେ ଅନ୍ୟତମ ଶତ୍ରୁ ସଂଗଠନ ହେଜବୋଲ୍ଲାକୁ ଏବେ ଟାର୍ଗେଟ କରିଛି ଏହି ୟେହୁଦୀ ରାଷ୍ଟ୍ର। ଯେଉଁଥିପାଇ ଗତ ଶନିବାରଠାରୁ ହେଜବୋଲ୍ଲା ଉପରେ ଜୋରଦାର ଆକ୍ରମର ଚଳାଇଛି ଇସ୍ରାଏଲ। ଅନେକ ରାଷ୍ଟ୍ର ଏହାକୁ ନିନ୍ଦା କରୁଥିଲେ ହେଁ ହେଜବୋଲ୍ଲାର ଅସଲ ଚେହେରା ଏବେ ସାମ୍ନାକୁ ଆଣିଛି ଇସ୍ରାଏଲ। ଲେବାନନରେ ହେଜବୋଲ୍ଲା କିପରି ଅସ୍ତ୍ରଶସ୍ତ୍ର ରଖିବାକୁ ଲୋକଙ୍କ ଘରକୁ ବ୍ୟବହାର କରୁଛି ତାହାର କିଛି ଫଟୋ ଜାରି କରିଛି ଇସ୍ରାଏଲ।

- Advertisement -

ଇସ୍ରାଏଲ ସେନା ପକ୍ଷରୁ ଏସବୁ ଫଟୋ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟ କୋଠରୀ ଭିତରେ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରଖାଯାଇଥିବା ଦେଖିବାକୁ ମିଳିଛି। ତେଣୁ ଏସବୁ ଅଞ୍ଚଳକୁ ଟାର୍ଗେଟ କରି ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଉଛି, ଯେଉଁଥିରେ ବିଗତ ୩ଦିନ ମଧ୍ୟରେ ୬୦୦ରୁ ଅଧିକ ଆତଙ୍କୀ ଏବଂ ଜନସାଧାରଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୧୬୦୦ ସ୍ଥାନକୁ ଟାର୍ଗେଟ କରି ରକେଟ ମାଡ଼ କରିଛି ଇସ୍ରାଏଲ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories