www.samajalive.in
Saturday, December 6, 2025
26.1 C
Bhubaneswar

ମିଶନ ଶକ୍ତି ଜିପିଏଲଏଫ ସଂଘର ଧାରଣା; କଲମ ଛାଡ଼ ଆନ୍ଦୋଳନ ଚେତାବନୀ

ନର୍ଲା: ସାରା ରାଜ୍ୟରେ ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା କାମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ନିଜ ନିଜ ବ୍ଲକ ଅଫିସରେ ବିଭିନ୍ନ ଦାବିକୁ ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରୁଥିବାବେଳେ ବୁଧବାର କଳାହାଣ୍ଡି ଜିଲା ନର୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରେ କାମ କରୁଥିବା ମିଶନ ଶକ୍ତିର ମହିଳାମାନେ ମଧ୍ୟ ନର୍ଲା ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହାସହ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବତନ ବିଜେଡି ସରକାର ଅମଳରୁ ମିଶନ ଶକ୍ତି ଜିପିଏଲଏଫ ସଂଘ ବିଭିନ୍ନ ଦାବି କରି ଆସୁଥିଲା, ତାହା ଆଦ୍ୟବଧି ପୂରଣ ହୋଇନାହିଁ। ଦୀର୍ଘ ୬ ମାସ ହେବ ପରିଶ୍ରମିକ ମିଳୁନଥିବାରୁ ଅନିର୍ଦିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ସଂଘ। ନର୍ଲା ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତରୁ ଆସିଥିବା ୨୧୪ ସିଆରପିସିଏମ, ୯ ଜଣ ବ୍ୟାଙ୍କ ମିତ୍ର, ୨୬ ଏମବିକେ ଉପସ୍ଥିତ ରହି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories