ମିଶନ ଶକ୍ତି ବିପିଏଲ କର୍ମୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଚେତାବନୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ମିଶନ ଶକ୍ତି ବିପିଏଲ କର୍ମୀ ସଂଘ ପକ୍ଷରୁ ଦରମା ନ ମିଳିବା ଯୋଗୁଁଁ କାର୍ଯ୍ୟ ବନ୍ଦ ପାଇଁ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ୫ଟି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ଦୀର୍ଘଦିନ ଧରି ପାରିଶ୍ରମିକ ଆସୁ ନ ଥିବାରୁ ତୃଣମୂଳସ୍ତରରୁ କାର୍ଯ୍ୟ ବନ୍ଦ ପାଇଁ ବିଡିଓ ମନୀଷା ଦାସଙ୍କୁ ଲିଖିତ ଅଭିଯୋଗ ଦେବାପାଇଁ ଯାଇଥିବାବେଳେ ସେ ଅନୁପସ୍ଥିତ ଥିବାରୁ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରିଛନ୍ତି। ଏହି ପତ୍ରରେ ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ସିଆରପି-ସିଏମ, ପ୍ରାଣୀ ମିତ୍ର ଏହି ପାଞ୍ଚ ଗୋଟି କ୍ୟାଡର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଦୀର୍ଘଦିନ ଧରି ନିରବଛିନ୍ନ ଭାବରେ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ପଞ୍ଚାୟତସ୍ତରରେ କାର୍ଯ୍ୟ କରିଆସୁଛୁ। ଦୁଃଖ ଓ ପରିତାପର ବିଷୟ ଦୀର୍ଘ ୬ମାସ ହେବ ଆମକୁ ପାରିଶ୍ରମିକ ମିଳିନାହିଁ। ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ଓ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ସମସ୍ୟା ସମନ୍ଧୀୟ ଲିଖିତ ଦାଖଲ କରିବା ସତ୍ତ୍ୱେ ଏ ବାବଦରେ ଅଦ୍ୟାବଧି କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ଯଦ୍ଵାରା ଜୀବନ ଜୀବିକା ବାଧାପ୍ରାପ୍ତ ହେଉଛି। ଘର କାର୍ଯ୍ୟ ଛାଡ଼ି ଯେତେବେଳେ କହିଲେ କାର୍ଯ୍ୟରେ ଯୋଗ ଦେଉଛୁ। ପାରିଶ୍ରମିକ ନ ମିଳିଲେ ଆମ ପରିବାର ଭରଣ ପୋଷଣ କିପରି କରିବୁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧନ ନ ହେବା ପର୍ଯ୍ୟନ୍ତ ଆଜିଠାରୁ କାର୍ଯ୍ୟ ବନ୍ଦ କରିବୁ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଏହାକୁ ନେଇ ଓଏଲଏମ, ମିଶନଶକ୍ତି, ବିପିଏମ, ବିପିସି, ସିଡିପିଓ, ଜିଲାପାଳ, ପିଡି, ଡିପିଏମ, ଡିପିସି, ସିଇଓ କମିଶନ-କମ-ସେକ୍ରେଟାରୀ ମିଶନ ଶକ୍ତିର ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅବଗତ ନିମନ୍ତେ ପ୍ରେରଣ କରାଯାଇଥିବା ଉଲ୍ଲେଖ କରିଛନ୍ତି।

Comments are closed.