www.samajalive.in
Saturday, December 13, 2025
26.1 C
Bhubaneswar

ଚଟପଟି ମଟନ ଚପ୍

ଆବଶ୍ୟକ ସାମଗ୍ରୀ
ମଟନ – ୩୦୦ ଗ୍ରାମ ( କିମା ହୋଇଥିବା)
ପିଆଜ – ୧ଟି (କଟା ହୋଇଥିବା)
ସିଝା ଆଳୁ – ୨ଟି
କର୍ଣ୍ଣଫ୍ଲୋର – ଅଳ୍ପ
କଞ୍ଚା ଲଙ୍କା – ୨ଟି
ଅଦା ରସୁଣ ବଟା – ୩ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଚାଟ୍ ମସଲା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ, କଞ୍ଚା ଲଙ୍କା ,କିମା ହୋଇଥିବା ମଟନକୁ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଚାଟ୍ ମସଲା, ଗରମ ମସଲା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଧନିଆପତ୍ର ଓ ୧କପ ପାଣି ଦେଇ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଏବେ ଏଥିରେ ସିଝା ଆଳୁକୁ ପକାଇ ମିଶାଇବା ସହ ସାମାନ୍ୟ ଲୁଣ, ୨ ଚାମଚ କର୍ଣ୍ଣଫ୍ଲୋରକୁ ପାଣିରେ ମିଶାଇ ଏହି ମିଶ୍ରଣରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପ୍ରସ୍ତୁତ କରିଥିବା ମିଶ୍ରଣରୁ ହାତରେ ଗୋଲ କିମ୍ବା ଲମ୍ବା ଆକୃତିର କରି ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟି ମଟନ ଚପ୍ । କଟା ପିଆଜ ଓ ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories