୧୭ କୁଇଣ୍ଟାଲ ଗଞ୍ଜେଇ ପୋଡ଼ିଲା ଡିଆରଆଇ

ସମାଜ ଡିଜିଟାଲ ଡେସ୍କ: ବିଭିନ୍ନ ମାମଲାରେ ଜବତ ହୋଇଥିବା ଗଞ୍ଜେଇକୁ ପୋଡ଼ିଛି ରାଜସ୍ଵ ଗୁଇନ୍ଦା ମହାନିର୍ଦେଶାଳୟ(ଡିଆରଆଇ)। ସୀମା ଶୁଳ୍କ(ପ୍ରତିଷେଧକ) କମିଶନରେଟ ଏବଂ ଡିଆରଆଇର ମିଳିତ ଉଦ୍ୟମରେ ପ୍ରାୟ ୧୬୯୬ କିଲୋଗ୍ରାମ ଗଞ୍ଜେଇକୁ ପୋଡ଼ି ଦିଆଯାଇଛି। ଡ୍ରଗ ଡିସପୋଜାଲ କମିଟି(ଡିଡିସି) ଏବଂ ସୀମା ଶୁଳ୍କ ଆୟୁକ୍ତ ମାଧବ ମିଶ୍ରଙ୍କ ତତ୍ତ୍ଵାବଧାନରେ ଭୁବନେଶ୍ଵରର ଏକ ଇନସିନରେଟର(ପୋଡ଼ାଯାଉଥିବା ଯନ୍ତ୍ର)ରେ ଏସବୁ ଗଞ୍ଜେଇ ପୋଡ଼ାଯାଇଥିଲା। ୨ଟି ମାମଲାରେ ଏହି ଗଞ୍ଜେଇ ଜବତ ହୋଇଥିଲା। ପ୍ରଥମ ଥର ଲାଗି ଏହି ୨ଟି ମାମଲା ମଧ୍ୟରୁ ଗୋଟିଏ ମାମଲାରେ ଜବତ ହୋଇଥିବା ଗଞ୍ଜେଇ ୩ ମାସ ମଧ୍ୟରେ ନଷ୍ଟ କରାଯାଇଛି। ଗଞ୍ଜେଇ ସବୁ ନଷ୍ଟ କରାଯିବା ପୂର୍ବରୁ ଡିଡିସି ପକ୍ଷରୁ ୨ଟି ଯାକ ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇଥିଲା।

Comments are closed.