www.samajalive.in
Saturday, December 13, 2025
26.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

କଳାବାଡିଆ : ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଓଭର ର୍ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ସହ ସ୍କୁଟି ଧକ୍କା ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ମୃତକ ଚନ୍ଦନପୁର ଗାଁର ବବଲୁ ବେହେରା ଏବଂ ରବି ବେହେରା ବୋଲି ଜଣାପଡିଛି।  ପରେ ଖବର ପାଇ ବାଙ୍ଗିରିପୋଷି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକଟି ଝାରପୋଖରିଆ ଥାନା ଆଡୁ ଦୁଆରଶୁଣି ଘାଟିକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ସ୍କୁଟିଟି ଉପରେ ଟ୍ରକ ଚାପି ହୋଇ ୩୦ଫୁଟ ଦୂରକୁ ଘୋଷାଡି ନେଇଥିଲା। ଫଳରେ  ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମୋଟର ଅଟକି ରହିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories