www.samajalive.in
Sunday, December 7, 2025
14.1 C
Bhubaneswar

ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ତନାଘନା; ତଦନ୍ତ ପ୍ରକ୍ରିୟାର ହେଲା ଭିଡ଼ିଓଗ୍ରାଫି

ସମାଜ ଡିଜିଟାଲ ଡେସ୍କ: ଭରତପୁର ଥାନାରେ ତନାଘନା କରିଛି କ୍ରାଇମବ୍ରାଞ୍ଚ ଟିମ୍‌‌। ପୀଡିତା ଓ ମେଜରକୁ ନେଇ ଥାନାରେ ୪୫ମିନିଟ ଧରି ଅନୁଧ୍ୟାନ କରିବା ପରେ ଚନ୍ଦକା ଥାନା ସୁନ୍ଦରପୁରରେ ଯାଇ ଅନୁଧ୍ୟାନ କରିଛି କ୍ରାଇମବ୍ରାଞ୍ଚ ଟିମ୍‌‌। ଏହାପରେ ପୀଡିତାଙ୍କୁ ଦୁର୍ବ୍ୟବହାର ହୋଇଥିବା ସ୍ଥାନରେ ସିନ୍‌‌ ରିକ୍ରିଏସନ୍‌‌ କରି କ୍ୟାମେରାରେ ସବୁ ରେକର୍ଡ କରାଯାଇଛି। ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ବୁଧବାର ସକାଳୁ ପ୍ରଥମେ ଭରତପୁର ଥାନାରେ ସବୁ ଦିଗକୁ ନେଇ ଯାଞ୍ଚ ହୋଇଥିଲା। ସେଦିନ ଥାନାରେ ପୀଡିତା ଓ ମେଜରଙ୍କ ସହ ପ୍ରକୃତରେ କଣ ଘଟିଥିଲା ତାହାର ଯାଞ୍ଚ କରିବା ସହ ତଦନ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଛି। ଏହି ସମୟରେ ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୁଲିସ ଉପସ୍ଥିତ ରହିଛନ୍ତି। ଏହାପରେ ପଥରଗାଡିଆ ଅଞ୍ଚଳରେ ଯେଉଁଠି ପୀଡିତା ଓ ମେଜରଙ୍କୁ ଅଟକାଇ ରୋଡ ରୋମିଓମାନେ ଦୁର୍ବ୍ୟବହାର କରିଥିଲେ ସେଠାରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌‌ ଯାଞ୍ଚ କରିଛି।
ସୂଚନା ଅନୁସାରେ ଗତ ୧୪ ତାରିଖରେ ଚନ୍ଦକା ପଥରଗାଡିଆ ରାସ୍ତାରେ ରୋଡ ରୋମିଓଙ୍କ ଦ୍ୱାରା ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ନେଇ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମେଜର ଓ ତାଙ୍କ ବାନ୍ଧବୀ। ହେଲେ ସେଠାରେ ପୁଲିସ ସେମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ ପୀଡିତା। ଏହାକୁ ନେଇ ସବୁଠୁ ନିନ୍ଦା ପ୍ରକାଶ ହେବା ପରେ ସରକାର ଘଟଣାକୁ ଗୁରୁତ୍ୱ ଦେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କ୍ରାଇମବ୍ରାଞ୍ଚ ମଧ୍ୟ ଘଟଣାର ତଦନ୍ତ କରୁଛି। ସେପଟେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ କମିଶନରେଟ ପୁଲିସ ପକ୍ଷରୁ ୨୪ଘଣ୍ଟିଆ ସୁରକ୍ଷା ପ୍ରଦାନ କରାଯାଇଛି। ସୁରକ୍ଷା ପାଇଁ ପୀଡିତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories