www.samajalive.in
Friday, December 5, 2025
17.1 C
Bhubaneswar

ଗରମ ପାଣି ପିଇଲେ ବଢିବ କି ରକ୍ତଚାପ; ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ସମାଜ ଡିଜିଟାଲ ଡେସ୍କ: ଆଗକୁ ଶୀତ ଋତୁ ଆସୁଥିବାରୁ ଥଣ୍ଡା ପାଗରେ ଅଧିକାଂଶ ଲୋକ ସୁସ୍ଥ ରହିବା ପାଇଁ ଉଷୁମ ପାଣି ପିଇବାକୁ ଭଲ ପାଆନ୍ତି। ଉଷୁମ ପାଣି ପଇବା ଦ୍ୱାରା ଗଳାକୁ ଆରାମ ମିଳିଥାଏ ଏବଂ ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଉଷୁମ ପାଣି ପିଇବା ଦ୍ୱାରା ରକ୍ତଚାପ ବୃଦ୍ଧି ପାଇଥାଏ। ଯାହାକି ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେବେ ଚାଲନ୍ତୁ ଜାଣିବା ଉଷୁମ ପାଣି ପିଇବା ବିପଜ୍ଜନକ କି?
ନୂଆଦିଲ୍ଲୀର ଡାକ୍ତର ସୋନିଆ ରାୱତଙ୍କ ମତରେ ପରିବର୍ତ୍ତିତ ପାଣିପାଗରେ ହାଲୁକା ଉଷୁମ ପାଣି ପିଇବା ଦ୍ୱାରା ଗଳାକୁ ଆରାମ ମିଳିଥାଏ। ସାଧାରଣତଃ ଶୀତଦିନେ ଲୋକମାନେ ଥଣ୍ଡା ପାଣି ପରିବର୍ତ୍ତେ ଉଷୁମ ପାଣି ପିଇବାକୁ ପସନ୍ଦ କରିଥାନ୍ତି। ଉଷୁମ ପାଣି ଶରୀରରେ ପାଚନ କ୍ରିୟାକୁ ଠିକ୍‌‌ ରଖିବାରେ ସାହାଯ୍ୟ କରିଥାଏ। ଏହାସହିତ ଉଷୁମ ପାଣି ପିଇବା ଦ୍ୱାରା ଶରୀରରେ ରକ୍ତ ପ୍ରବାହରେ ଉନ୍ନତି ହୋଇଥାଏ। ଯେଉଁମାନଙ୍କୁ ଅତ୍ୟଧିକ ଥଣ୍ଡା ହେଉଛି ସେମାନେ ଉଷୁମ ପାଣି ପିଇବା ଉଚିତ। ଏହା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ଦେବା ସହ କୌଣସି କ୍ଷତି କରିନଥାଏ।
ଡାକ୍ତର ସୋନିଆ ରାୱତ କହିଛନ୍ତି ଯେ ଉଷୁମ ପାଣି ପିଇବା ଦ୍ୱାରା ରକ୍ତଚାପରେ କୌଣସି ପରିବର୍ତ୍ତନ ହୋଇନଥାଏ। ଏହାସହିତ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ମଧ୍ୟ ଗରମ ପାଣି ପିଇପାରିବେ। ଏହାଦ୍ୱାରା ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ଏଠାରେ କହି ଯେ ଉଚ୍ଚ ରକ୍ତଚାପ ରୋଗୀମାନେ ପ୍ରତ୍ୟେକ ଋତୁରେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ୍‌‌। ଶରୀରର ଜଳୀୟଂଶ ଭଲ ରହିଲେ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ଲୋକମାନେ ନିଜ ଆରାମ ଅନୁଯାୟୀ ଉଷୁମ କିମ୍ବା ସାଧା ପାଣି ପିଇପାରିବେ। ଉଚ୍ଚ ରକ୍ତଚାପ ଲୋକମାନେ ଭଲ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ଶୋଇବା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ଜରୁରୀ।

ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତିଦିନ ଉଷୁମ ପାଣି ପିଇବା ଦ୍ୱାରା ଗ୍ୟାସ ଏବଂ ବଦହଜମ ସମସ୍ୟା ଦୂର ହୋଇଥାଏ। ଉଷୁମ ପାଣି ପିଇବା ଦ୍ୱାରା ରକ୍ତ ପ୍ରବାହରେ ଉନ୍ନତି ଆସିଥାଏ, ଯାହାକି ହାର୍ଟ ପାଇଁ ଲାଭଦାୟକ ହୋଇଥାଏ। ଶୀତ ଋତୁରେ ଉଷୁମ ପାଣି ଆମ ମାଂସପେଶୀକୁ ଆରାମ ଦେଇଥାଏ ଏବଂ ମାନସିକ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଯଦି କୌଣସି ବ୍ୟକ୍ତି ଉଷୁମ ପାଣି ପିଇବା ଦ୍ୱାରା ଅସୁବିଧାର ଶିକାର ହେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories