www.samajalive.in
Saturday, December 13, 2025
26.1 C
Bhubaneswar

ବାଇକକୁ ଧକ୍କା ଦେଇ ପିଟି ନୟନଯୋଡ଼ିକୁ ଖସିଲା ପିକଅପ୍, ଜଣେ ଗୁରୁତର

ଅମର୍ଦ୍ଦାରୋଡ଼: ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନାଇକୁଡି ଛକ ଡ଼ାଇଭର୍ସନ ନିକଟରେ ବାଇକର ପଛକୁ ଏକ କୁକୁତା ବୋଝେଇ ଧକ୍କା ଦେଇ ପିକଅପ୍ ଧକ୍କା ଦେଇ ପିକଅପଟି ଭାରସାମ୍ୟ ହରାଇ ନୟନଯୋଡ଼ିକୁ ଖସିଛି। ଘଟଣାସ୍ଥଳରେ ବାଇକର ପଛରେ ବସିଥିବା ମହିଳା ବରୁଣଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଝିଞ୍ଜିପୁରା ଗ୍ରାମର ଜ୍ୟୋତ୍ସ୍ନାରାଣୀ ବେହେରା (୫୦) ଗୁରୁତର ହୋଇଛନ୍ତି। ଘଟଣା ଅନୁସାରେ ମଙ୍ଗଳବାର ଭୋର ସମୟରେ ଜ୍ୟୋତ୍ସ୍ନାରାଣୀ ଓ ସ୍ବାମୀ ବିଶ୍ବନାଥ ବେହେରା ଦୁହେଁ ଟ୍ରେନରେ ବସ୍ତା ଷ୍ଟେସନରୁ ଓହ୍ଲାଇ ବାଇକ ଯୋଗେ ଗାଁକୁ ଫେରୁଥିଲେ। ନାଇକୁଡି ଛକ ଡ଼ାଇଭର୍ସନ ନିକଟରେ ଛିଡ଼ା ହୋଇଥିବା ସମୟରେ ପଛରୁ ଅର୍ଥାତ୍ ବାଲେଶ୍ବରରୁ ଜଳେଶ୍ବର ଅଭିମୁଖେ ଯାଉଥିବା କୁକୁଡ଼ା ବୋଝେଇ ପିକଅପ ତାଙ୍କୁ ବାଇକର ପଛକୁ ଧକ୍କା ଦେଇ ପାଖ ନୟନଯୋଡ଼ିକୁ ଖସିଥିଲା। ଫଳରେ ବାଇକ ପଛରେ ବସିଥିବା ବିଶ୍ବନାଥଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ଗୁରୁତର ଆହତ ହୋଇଥିଲେ। ଜ୍ୟୋତ୍ସ୍ନାରାଣୀଙ୍କୁ ପ୍ରଥମେ ବସ୍ତା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି କ୍ରେନ ଯୋଗେ ପିକଅପଟିକୁ ନୟନଯୋଡ଼ିରୁ ଉଦ୍ଧାର କରି ଦୁଇଟି ଗାଡ଼ିକୁ ଅମର୍ଦ୍ଦାରୋଡ଼ ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଛି। ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories