www.samajalive.in
Monday, December 8, 2025
13.1 C
Bhubaneswar

ଲେବାନନ ଉପରେ ଇସ୍ରାଏଲର ବିମାନ ଆକ୍ରମଣ: ୪୯୨ ମୃତ

ବେରୁଟ୍‌ : ଲେବାନନ୍‌ସ୍ଥିତ ହେଜବୋଲ୍ଲା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ଉପରେ ଇସ୍ରାଏଲ ବଡ ଧରଣର ଆକ୍ରମଣ କରିଛି। ଲେବାନନ୍‌ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ୪୯୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩୫ ଶିଶୁ ଓ ୫୮ ମହିଳା ଥିବା ସୂଚନା ରହିଛି। ପାଖାପାଖି ୨୦୦୦ ଲୋକେ ଗୁରୁତର ହୋଇଛନ୍ତି। ଲେବାନନ୍‌ର ଏପରି ଅଭିଯୋଗ ପରେ ଇସ୍ରାଏଲ ସେନା ସଧାରଣ ନାଗରିକଙ୍କୁ ସ୍ଥାନ ଛାଡି ଚାଲିଯିବାକୁ କହିଛି। ଇସ୍ରାଏଲ କହିଛି ଯେ ଦକ୍ଷିଣ ଲେବାନନ୍‌ରେ ରହୁଥିବା ସାଧାରଣ ନାଗରିକ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। ବିଶେଷକରି ହେଜବୋଲ୍ଲା ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରି ରଖିଥିବା ସ୍ଥାନ ଓ ଘରଦ୍ବାରକୁ ଛାଡି ଦିଅନ୍ତୁ କାରଣ ଆଗାମୀ ଦିନରେ ହେଜବୋଲ୍ଲା ବିରୋଧରେ ବଡ ଧରଣର ଆକ୍ରମଣ ହେବ। ଇସ୍ରାଏଲ ସେନା କହିଛି ଯେ ଲେବାନନ୍‌ର ପ୍ରାୟ ୩୦୦ଟି ସ୍ଥାନକୁ ନିଶାଣ କରି ରକେଟ୍ ଓ କ୍ଷେପଣାସ୍ତ୍ର ମାଡ କରାଯାଇଛି। ହେଜବୋଲ୍ଲା ଉପରେ ଚାପ ପକାଇବାକୁ ଆଗାମୀ ଦିନରେ ଅଧିକ ଆକ୍ରମଣ କରିବା ଲାଗି ଇସ୍ରାଏଲ ସେନାମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ହେର୍ଜି ହାଲେଭି ସେନାକୁ ଅନୁମତି ପ୍ରଦାନ କରିଛନ୍ତି। ପେଜର ଓ ୱାକିଟକି ବିସ୍ଫୋରଣ ହେବା ପରଠାରୁ ଇସ୍ରାଏଲର ଆକ୍ରମଣରେ ଲେବାନନ୍‌ରେ ପ୍ରାୟ ୬୦୦ ନାଗରିକ ପ୍ରାଣ ହରାଇଲେଣି। ପ୍ରାଣ ହରାଇଥିବା ନାଗରିକଙ୍କ ମଧ୍ୟରେ ହେଜବେଲ୍ଲୋର ଅନେକ ଯୋଦ୍ଧା ରହିଛନ୍ତି। ହେଜବୋଲ୍ଲା ଉପରେ ଇସ୍ରାଏଲର ଏପରି ଆକ୍ରମଣକୁ ଗାଜାସ୍ଥିତ ହମାସ ଆତଙ୍କବାଦୀ ସଂଗଠନ ନିନ୍ଦା କରିଛି। ହମାସ କହିଛି ଯେ ହେଜବୋଲ୍ଲା ଉପରେ ଇସ୍ରାଏଲ ଯେଉଁ ଆକ୍ରମଣ କରିଛି ତାହା ଏକ ଯୁଦ୍ଧ ଅପରାଧ। ସେହିପରି ଇରାନ ମଧ୍ୟ ଏପରି ଆକ୍ରମଣ ପାଇଁ ଇସ୍ରାଏଲକୁ ଚେତାବନୀ ଦେଇଛି। ଇରାନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ଏପରି ଆକ୍ରମଣ ପାଇଁ ଏହା ଆଗାମୀ ଦିନରେ ଭୟଙ୍କର ପରିଣତି ଭୋଗିବ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ନାସେର କାନାନି କହିଛନ୍ତି ଯେ ଇସ୍ରାଏଲ ପାଲେଷ୍ଟାଇନର ଭୂଖଣ୍ଡ ଓ ଲେବାନନ୍‌ ଉପରେ ଯେଉଁ ଆକ୍ରମଣ କରୁଛି ତାହା ଆନ୍ତର୍ଜାତିକ ଶାନ୍ତି ପାଇଁ ବଡ ବିପଦ। ଇସ୍ରାଏଲର ଆକ୍ରମଣ ଆନ୍ତର୍ଜାତିକ ଶାନ୍ତି ଭଙ୍ଗ କରୁଥିବାବେଳେ ଏହାକୁ ଆମେରିକା ସମର୍ଥନ ଦେବା ନିନ୍ଦନୀୟ। ଏ ଦିଗରେ ଜାତିସଂଘ ସୁରକ୍ଷା ପରିଷଦ ଆବଶ୍ୟକ ହସ୍ତକ୍ଷେପ କରିବା ଦରକାର।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories