www.samajalive.in
Saturday, December 13, 2025
26.1 C
Bhubaneswar

ଲଗାଣ ବର୍ଷାରେ ଧସିଲା ମାଟି ଅତଡା : ରାସ୍ତା ଅବରୋଧ

ଲକ୍ଷ୍ମୀପୁର: ଲଗାଣ ବର୍ଷାରେ ଧସିଲା ମାଟି ଅତଡା। କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଜାଘାଟି ରାସ୍ତାରେ ସୋମବାର ରାତିରୁ ମାଟି ଅତଡା ଧସି ରାସ୍ତା ଅବରୋଧ ହୋଇଛି। ରାସ୍ତା ଉପରେ ପଡିଛି ମାଟି ଓ ପଥର ଖଣ୍ଡ।  ନାରାୟଣପାଟଣା ଓ ଦାମନଯୋଡିକୁ ସଂଯୋଗ ହୋଇଥିବା ବିଜାଘାଟି ଗାଁ ପାଖ ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।ନାରାୟଣପାଟଣା-ଦାମନଯୋଡି ରାସ୍ତାରେ  ଚାରି ଚକିଆ ଯାନ ଯାଇପାରୁ ନଥିବା ଦେଖିବାକୁ ମିଳିଛି। ସେପଟେ ଖବର ପାଇବା ପରେ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ବ୍ଲକ ପ୍ରଶାସନ ଏନେଇ ଅବଗତ କରିଛନ୍ତି। ଅଳ୍ପ କିଛି ସମୟରେ ପରେ ରାସ୍ତାରେ ପଡିଥିବା ମାଟି ଅତଡା ଗୁଡିକୁ ହଟାଯିବ ଏବଂ ଯାତାୟାତ ସ୍ଵାଭାବିକ ହେବ ବୋଲି ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories