www.samajalive.in
Sunday, December 7, 2025
13.1 C
Bhubaneswar

ଦୁଇ ନାବାଳିକାଙ୍କୁ ଗଣବଳାତ୍କାର ମାମଲା : ୩ ଗିରଫ

ରାଉରକେଲା : ଦୁଇଦିନ ତଳେ ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ଅଟକ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ସୋମବାର ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ତଦନ୍ତ କରିଛି। ଯେଉଁ ରାସ୍ତାରେ ସେମାନେ ଦୁଇ ନାବାଳିକାଙ୍କୁ ଚଲାଇ ଚଲାଇ ନେଇଥିଲେ ଏବଂ କେଉଁ ଜାଗାରେ ସେମାନେ ଜଘନ୍ୟ କାଣ୍ଡ ଭିଆଇଥିଲେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହି ସେଠାରେ ପହଞ୍ଚି ତଦନ୍ତ କରିଥିଲା। ତିନି ଅଭିଯୁକ୍ତ ଓ ଦୁଇ ପୀଡ଼ିତାଙ୍କ ଆଜି ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତଙ୍କୁ ଆଜି ଅଦାଲତ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଗତ ୨୧ ତାରିଖ ରାତି ପ୍ରାୟ ୮ଟା ବେଳେ ବିଶ୍ରା ଛକ ନିକଟ ଆଥଲେଟିକ୍ସ ଷ୍ଟାଡିୟମ ସଂଲଗ୍ନ ଏକ ଝାଡ଼ିରେ ଦୁଇ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିଲେ। ନାବାଳିକା ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ତିନିଜଣଙ୍କ ଭିତରୁ ଜଣେ ଅଟୋ ଚାଳକ ରହିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଗାନ୍ଧି ରୋଡ଼ରେ ରହୁଛି। ସେ ହିଁ ସବୁ ଯୋଜନା କରି ଦୁଇ ନାବାଳିକାଙ୍କୁ ଘରେ ଛାଡ଼ି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଉଦାରତା ଦେଖାଇ ସମ୍ପୃକ୍ତ ଅଟୋ ଚାଳକକୁ ପୀଡ଼ିତାଙ୍କ ସମ୍ମୁଖରେ ଫୋନ କରିିଥିଲେ। ଏମାନଙ୍କୁ ତାଙ୍କ ଘରେ ଛାଡ଼ି ଦେବୁ, ସେମାନେ ତୋ ଭଡ଼ା ଦେଇଦେବେ ବୋଲି ମୁଖ୍ୟ ଅଭିଯୁକ୍ତ କହିଥିଲା। ନାବାଳିକା ଦୁଇଜଣ ସେମାନଙ୍କ ପାପ ନଜର ବୁଝି ନ ପାରି ଅଟୋରେ ବସିଯାଇଥିଲେ। ବିଶ୍ରା ଛକରୁ ଘଟଣାସ୍ଥଳର ଦୂରତା ଗୋଟିଏ କିଲୋମିଟର ହେବ ନାହିଁ। ସେମାନେ ସମସ୍ତେ ଅଟୋରେ ବସିଲା ପରେ ପ୍ରାୟ ୨୦୦/୩୦୦ ମିଟର ପରେ ଓହ୍ଲାଇ ଦେଇଥିଲେ। ଏହିଠାରୁ ଚାଲିଚାଲି ଯିବା ବୋଲି କହି ବାଟରେ ଅଟୋରୁ ଓହ୍ଲାଇ ଦେଇଥିଲେ। କିନ୍ତୁ ଅଟୋ ଚାଳକ ସହ ତିନିଜଣ ଦୁଇ ନାବାଳିକାଙ୍କୁ ଆଥଲେଟିକ୍ସ ଷ୍ଟାଡିୟମ ପଛ ପଟକୁ ନେଇ ଏକ ବୁଦାଳିଆ ଜାଗାରେ ଜୋରଜବରଦସ୍ତ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକା ଦୁଇଜଣ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଲାତ ଗୋଇଠା ମାରିବା ସହ ଭୟଭୀତ କରାଇ ଜୋରଜବରଦସ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।  କେବଳ ଏତିକିରେ ସେମାନେ ଶାନ୍ତ ହୋଇ ନ ଥିଲେ। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ତା’ର ଅନ୍ୟ ୪ ଜଣ ସାଙ୍ଗକୁ ଘଟଣାସ୍ଥଳକୁ ଡାକିଥିଲା। ସମସ୍ତେ ସେଠାରେ ମଦ ପିଇଥିଲେ, ଦୁଇ ନାବାଳିକା ଏହି ସମୟରେ ଜୀବନ ବିକଳରେ ଦୌଡ଼ି ପଳାଇବାରୁ ପାଶବିକ ଅତ୍ୟାଚାରରୁ ବର୍ତ୍ତିିଯାଇଥିଲେ। ରବିବାର ତିନି ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। ସୋମବାର ନାବାଳିକାମାନେ ସେମାନଙ୍କୁ ଥାନାରେ ଚିହ୍ନଟ କରିଥିଲେ। ପରେ ମୁଖ୍ୟ ଅଭିଯୁକ୍ତକୁ ଧରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ତଦନ୍ତ କରିଥିଲା। ମୁଖ୍ୟ ଅଭିଯୁକ୍ତ ପୁଲିସ ସମ୍ମୁଖରେ ଦୋଷ ସ୍ୱୀକାର କରିଛି। ପରେ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ଆଜି ସେମାନଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।  ଅନ୍ୟପକ୍ଷରେ ଯେଉଁ ଚାରିଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଡାକିଥିଲା ସେମାନେ ଏବେ କେଉଁଠି, ପୁଲିସ ତାଙ୍କୁ ଗିରଫ କରିପାରି ନ ଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇ ଆଦିବାସୀ ନାବାଳିକାଙ୍କ ପ୍ରତି ଏଭଳି ପାଶବିକ ଅତ୍ୟାଚାର ସୁନ୍ଦରଗଡ଼଼ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories