www.samajalive.in
Friday, December 12, 2025
16.1 C
Bhubaneswar

ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ଡାଉନଲୋଡ କରିବା ଓ ଦେଖିବା ଅପରାଧ: ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ଦେଶରେ ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ଘଟଣା ବଢ଼ିଚାଲିଥିବାବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଜାରି କରିଛନ୍ତି। ଶିଶୁମାନଙ୍କ ପ୍ରତି ହେଉଥିବା ଯୌନ ଅତ୍ୟାଚାର ବିଷୟବସ୍ତୁ ଇଣ୍ଟରନେଟରୁ ଡାଉନଲୋଡ କରିବା ଏବଂ ଦେଖିବା ଅପରାଧ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍‌ସୋ) ଆଇନ ଅନୁସାରେ ଏହା ଅପରାଧ।

ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଜେ.ବି. ପାରଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟଙ୍କ ଏକ ରାୟକୁ ଖାରଜ କରିବା ସହିତ ସେଥିରେ ପରିବର୍ତ୍ତନ କରିଛନ୍ତି। ଶିଶୁ ଯୌନ ନିର୍ଯାତନା(ଚାଇଲ୍ଡ ପର୍ନୋଗ୍ରାଫି) ଡାଉନଲୋଡ କରିବା ଏବଂ ଦେଖିବା ପୋକସୋ ଆଇନ ଅନୁସାରେ ଅପରାଧ ନୁହେଁ ବୋଲି ମାଡ୍ରାସ ହାଇକୋର୍ଟ ରାୟ ଦେଇଥିଲେ। ଏପରି ରାୟ ଶୁଣାଇ ହାଇକୋର୍ଟ ଏକ କୁଖ୍ୟାତ ତ୍ରୁଟି କରିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

- Advertisement -

ସୁପ୍ରିମକୋର୍ଟ ସଂସଦକୁ ପରାମର୍ଶ ଦେଇ ପୋକସୋ ଆଇନରେ ସଂଶୋଧନ ଆଣିବାକୁ କହିଛନ୍ତି। ଆଇନରେ ଥିବା ‘ଚାଇଲ୍ଡ ପର୍ନୋଗ୍ରାଫି’କୁ ହଟାଇ ସେହି ସ୍ଥାନରେ ‘ଶିଶୁ ଯୌନ ଶୋଷଣ ଏବଂ ନିର୍ଯାତନା ବିଷୟବସ୍ତୁ(ଚାଇଲ୍ଡ ସେକ୍ସୁଆଲ ଏକ୍ସପ୍ଲୋଏଟେଟିଭ ଆଣ୍ଡ ଆବ୍ୟୁଜିଭ ମାଟେରିଆଲ’ ସ୍ଥାନିତ କରିବାକୁ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories