www.samajalive.in
Wednesday, December 10, 2025
14.1 C
Bhubaneswar

ୟୁପିର ସବୁ ଆସନରେ ଲଢ଼ିବ କଂଗ୍ରେସ

ଲକ୍ଷ୍ନୌ : ଆସନ୍ତା ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସକୁ ବାଦ ଦେଇ ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି(ବିଏସ୍‍ପି) ଏବଂ ସମାଜବାଦୀ ପାର୍ଟି(ଏସ୍‍ପି)ଙ୍କ ମେଣ୍ଟ ଘୋଷଣା ପରେ କଂଗ୍ରେସ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ରାଜ୍ୟର ସମସ୍ତ ୮୦ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତିି ଦଳର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ପ୍ରଭାରୀ ଗୁଲାମନବୀ ଆଜାଦ। ଏଥିସହିତ ଯଦି କୌଣସି ଧର୍ମନିରପେକ୍ଷ ସମଭାବାପନ୍ନ ଦଳ ମେଣ୍ଟ ପାଇଁ ପ୍ରସ୍ତାବ ଦିଅନ୍ତି, ସେମାନଙ୍କ ସହିତ ଆଲୋଚନା କରାଯିବ ବୋଲି ଆଜାଦ କହିଛନ୍ତି। ଆସନ୍ତା ନିର୍ବାଚନରେ କଂଗ୍ରେସ ଗତ ଥର ଅପେକ୍ଷା ବହୁ ଗୁଣ ଅଧିକ ଆସନରେ ଜିତିବ ବୋଲି ଆଜାଦ କହିଛନ୍ତି। ଏମିତି କି ୨୦୦୯ରେ ଦଳ ୨୧ଟି ଆସନ ଜିତିଥିବାବେଳେ ଆସନ୍ତା ନିର୍ବାଚନରେ ଏହାଠାରୁ ଅଧିକ ହାସଲ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ଉତ୍ତରପ୍ରଦେଶରେ ମହାମେଣ୍ଟରେ ସମ୍ପୃକ୍ତ ହେବାକୁ ପ୍ରସ୍ତୁତ ଥିଲା; କିନ୍ତୁ ଯଦି ଅନ୍ୟ କେହି ଏହା ଚାହୁନାହାନ୍ତି; ତେବେ କଂଗ୍ରେସର କିଛି ଆପତ୍ତି ନାହିଁ। ଆବଶ୍ୟକ ହେଲେ ଜାତୀୟସ୍ତରରେ ଏସ୍‌ପି-ବିଏସ୍‌ପି ସହିତ ମେଣ୍ଟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଜାଦ ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। ମୋଦୀ ସରକାର ୧୦ କୋଟି ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ବିମୁଦ୍ରୀକରଣ ଏବଂ ଜିଏସ୍‍ଟି ପ୍ରଚଳନ କରିବା ଫଳରେ ଲକ୍ଷ ଲକ୍ଷ ଯୁବକ ଜୀବିକା ହରାଇଛନ୍ତି। ଦେଶକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ନେତୃତ୍ୱ ନେଇଥିଲା। ମୋଦି ସରକାର ସୁରକ୍ଷା ଦେବାରେ ବିଫଳ। ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ-ବିଜେପି ପ୍ରତ୍ୟକ୍ଷ ଭାବେ ପ୍ରତିଦ୍ବନ୍ଦ୍ବିତା କରିବେ। ଆମେ ଉତ୍ତରପ୍ରଦେଶରେ ସବୁ ଆସନରୁ ପ୍ରାର୍ଥୀ ଦେବୁ। ୨୦୦୯ ନିର୍ବାଚନରେ କଂଗ୍ରେସ ୨୧ଟି ଆସନ ହାତେଇବାକୁ ସକ୍ଷମ ହୋଇଥିଲା। ସୂଚନା ଯୋଗ୍ୟ ଯେ ଏସ୍‌ପି-ବିଏସ୍‌ପି ବୁଝାମଣା ସ୍ବରୂପ ପ୍ରତ୍ୟେକ ୩୮ଟି ଲେଖାଏଁ ଆସନ ବାଣ୍ଟି ନେଇଥିବାବେଳେ କଂଗ୍ରେସକୁ ଦୁଇଟି ଆସନ ଛାଡ଼ିଛନ୍ତି।
ଉତ୍ତରପ୍ରଦେଶରେ ମାୟାବତୀ-ଅଖିଳେଶ ମେଣ୍ଟକୁ ଟକ୍କର ଦେବାପାଇଁ କଂଗ୍ରେସ ବ୍ୟାପକ ପ୍ରଚାର ଅଭିଯାନ ଚଳାଇବ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ୧୩ଟି ଶେଭାଯାତ୍ରା କରିବାକୁ ଯୋଜନା କରିଛି। ୧୩ଟି ଜୋନ୍‍ରେ ୮୦ଟି ଲୋକସଭା ମଣ୍ଡଳୀକୁ ବୁଲି କଂଗ୍ରେସ ଲୋକଙ୍କ ନିକଟତର ହେବ ବୋଲି ଆଜାଦ୍‍ କହିଛନ୍ତି। ପ୍ରତିଟି ଜୋନ୍‍ରେ ୪ଟି ଲୋକସଭା ମଣ୍ଡଳୀ ରହିବ। ପ୍ରତିଟି ଶୋଭାଯାତ୍ରାର ନେତୃତ୍ୱ ନେବେ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆଗାମୀ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିବା ଅବସରରେ ଆଜାଦ୍‍ ଏବଂ ରାଜ୍ୟ କଂଗ୍ରେସ ସଭାପତି ରାଜ ବବର ଏ ନେଇ ସୂଚନା ଦେଇଛନ୍ତି। ଏହି ଶୋଭାଯାତ୍ରା ଆଗାମୀ ଫେବୃଆରୀ ମାସରୁ ଆରମ୍ଭ ହେବ। ପ୍ରଥମ ପର୍ୟ୍ୟାୟରେ ପଶ୍ଚିମ ଉତ୍ତରପ୍ରଦେଶର ହାପୁର, ମୋରଦାବାଦ ଏବଂ ସାହାରଣପୁରରୁ ଶୋଭାଯାତ୍ରା ଆରମ୍ଭ କରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories