ବେଜିଂ: ଉତ୍ତର-ପଶ୍ଚିମ ଚୀନ୍ର ସାନ୍ଜୀ ପ୍ରଦେଶରେ କୋଇଲା ଖଣି ଭୁଶୁଡ଼ି ୨୧ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ଥିବା ବାଇଜି କମ୍ପାନୀ ପରିଚାଳିତ ଲିଜିଆଗୋ କୋଇଲା ଖଣିରେ ରବିବାର ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଖଣି ଭିତରେ ମୋଟ ୮୭ ଶ୍ରମିକ ଥିଲାବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି। ଚୀନ୍ରେ କୋଇଲା ଖଣି ଖନନ ଅତ୍ୟନ୍ତ ଅସୁରକ୍ଷିତ ହୋଇଥିବାବେଳେ ସାନ୍ଡଙ୍ଗ ଓ ହେନାନ ପ୍ରଦେଶରେ ସର୍ବାଧିକ ଦୁର୍ଘଟଣା ଘଟୁଥିବା ପ୍ରକାଶ।
Popular Categories



