www.samajalive.in
Sunday, December 7, 2025
26.1 C
Bhubaneswar

ଅବସର ପର ନିଯୁକ୍ତି ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲେ ଜଷ୍ଟିସ ସିକ୍ରି

ନୂଆଦିଲ୍ଲୀ : ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇବା ସପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହିତ ଭୋଟ ଦେଇଥିବା ସୁପ୍ରିମକୋର୍ଟ ବିଚାରପତି ଏ.କେ ସିକ୍ରି ଅବସର ପର ନିଯୁକ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଲଣ୍ଡନସ୍ଥିତ କମନ୍‌ୱେଲ୍‌ଥ ସେକ୍ରେଟାରିଏଟ୍‌ ଆର୍ବିଟ୍ରାଲ ଟ୍ରାଇବୁନାଲ (ସିଏସ୍‌ଏଟି)ରେ ଭାରତର ପ୍ରତିନିଧି ଭାବେ ନିଯୁକ୍ତି ପାଇଁ ସରକାର ତାଙ୍କୁ ପ୍ରସ୍ତାବ ଦେଇଥିଲେ। ଅବସର ପରେ କୌଣସି ସରକାରୀ ପଦରେ ନିୟମିତ ନିଯୁକ୍ତିକୁ ଗ୍ରହଣ କରିବେ ନାହିଁ ବୋଲି ପୂର୍ବରୁ ସେ ଘୋଷଣା କରିଥିବାରୁ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏ ସମ୍ପର୍କରେ ଜଷ୍ଟିସ ସିକ୍ରି ଆଇନ ମନ୍ତ୍ରଣାଳୟକୁ ଲିଖିତ ଭାବେ ଜଣାଇ ଦେଇଛନ୍ତି।
ଗତ ସପ୍ତାହରେ (ଗୁରୁବାର) ସିବିଆଇ ନିର୍ଦେଶକ ମନୋନୟନ କମିଟିରେ ଭାରତର ପ୍ରଧାନବିଚାରପତିଙ୍କ ପ୍ରତିନିଧି ଭାବେ ଜଷ୍ଟିସ ସିକ୍ରି ଉପସ୍ଥିତ ରହି ଆଲୋକ ବର୍ମାଙ୍କ ବିରୋଧରେ ଭୋଟ ଦେଇଥିଲେ; ଯାହାଦ୍ବାରା ବର୍ମା ପଦଚ୍ୟୁତ ହୋଇଥିଲେ। ଏହାର ଦୁଇ ଦିନ ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ଏଭଳି ନିଯୁକ୍ତି ସୁଯୋଗ ଦିଆଯିବା ନେଇ ସ୍ବାଭାବିକ ଭାବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିବାବେଳେ ସିବିଆଇ ପ୍ରସଙ୍ଗ ସହିତ ଏହି ନିଯୁକ୍ତିର କୌଣସି ସମ୍ପର୍କ ନାହିଁ ଏବଂ ଡିସେମ୍ବର ପ୍ରଥମ ସପ୍ତାହରେ ଏହି ନିଯୁକ୍ତି ସଂକ୍ରାନ୍ତରେ ଜଷ୍ଟିସ ସିକ୍ରିଙ୍କ ମତାମତ ମୌଖିକ ଭାବେ ଲୋଡ଼ା ଯାଇଥିଲା ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଜଷ୍ଟିସ ସିକ୍ରି ଏହି ମାମଲାକୁ ଅଧିକ ନ ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ଟ୍ରାଇବୁନାଲରେ ରାଜ୍ୟଗୋଷ୍ଠୀ ସଚିବାଳୟ କର୍ମଚାରୀଙ୍କ ବିବାଦର ବିଚାର ହୋଇଥାଏ। ଏଥିରେ ଭାରତର ପ୍ରତିନିଧି ପଦ ଶୂନ୍ୟ ରହିଛି। ଜଷ୍ଟିସ ସିକ୍ରି ଆସନ୍ତା ମାର୍ଚ୍ଚ ୬ରେ ନିଜ ପଦରୁ ଅବସର ନେଉଛନ୍ତି। ବର୍ତ୍ତମାନ ସେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠତମ ବିଚାରପତି ଅଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories