www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଧାନ ଶିକ୍ଷକଙ୍କ ୧୦ମ ମାସିକ ସମ୍ମିଳନୀ ଅନୁଷ୍ଠିତ

ଗୋପାଳପୁର: ଗୋପାଳପୁର ପାକାନାଟି ମୋଡେଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ୧୦ମ ମାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରାଙ୍କ ଅଧକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ମହାନଗରନିଗମ ତଥା ବ୍ଲକର ୫୦ରୁ ଊର୍ଦ୍ଧ୍ବ ପ୍ରଧାନ ଶିକ୍ଷକ ଅଂଶଗ୍ରହଣ କରି ବିଦ୍ୟାଳୟ ପରିଚାଳନା ସମ୍ପର୍କ ତଥା ୟୁଡ଼ାଇସର ବ୍ୟବହାର କୌଶଳ ଜନିତ ବିଭିନ୍ନ ତାଲିମ ନେଇଥିଲେ। ସିଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ପନ୍ନଗ ଭୂଷଣ ମାଝୀ ପ୍ରଧାନ ଶିକ୍ଷକ ମାନଙ୍କୁ ୟୁଡ଼ାଇସର ବ୍ୟବହାର ସମ୍ପର୍କରେ ତାଲିମ ଦେଇଥିଲେ। ବ୍ଲକ କୋଡ଼ିନେଟର ତଥା ମୋ ସ୍କୁଲ ତତ୍ୱାବଧାରିକା ପାୟଲ ଦାସ ଅକାଂକ୍ଷା କ୍ଲବ ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ସ୍ୱାଗତ ଓ ଅତିଥି ପରିଚୟ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ଗାୟତ୍ରୀବାଳା ସାହୁ, ପୂଜା ପାଢ଼ୀ, ରସ୍ମିତା ମହାଙ୍କୁଡ, ଏସ. ସୌଜନ୍ୟା, ବିନାୟକ ତ୍ରିପାଠୀ, ରବିଶଙ୍କର ପାଣିଗ୍ରାହୀ, ଆର ବାଲା ରାଜୁ, ଶିବା, ଏମ କୈଳାସ, ସିଏଚ ଚନ୍ଦ୍ର ମୋହନ ରେଡ୍ଡୀ, ସ୍ୱର୍ଣ୍ଣ ସାହୁ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories