ଫୁଟବଲ ପ୍ରତିଯୋଗିତା, ତାରିଣୀ ନାଇନ ଷ୍ଟାର ଚମ୍ପିୟାନ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତ କୁମୁଳାବାହାଳିରେ ଚାଲିଥିବା ଦ୍ବାଦଶ ବାର୍ଷିକ ମାରାଂବୁରୁ ମାର୍ଶାଲ କ୍ଳବ ଫୁଟବଲ ପ୍ରତିଯୋଗିତାର ଆଜି ଫାଇନାଲରେ ଚିନାମାଳିପଶିର ତାରିଣୀ ନାଇନ ଷ୍ଟାର ଚମ୍ପିୟାନ ହୋଇଛି। ସେହିପରି ରନର୍ସ ଅପରେ ସଞ୍ଜୟ ଏଫ ସି, ତୃତୀୟ ଦଳ ଭାବେ ସତ୍ୟ ଏଫ ସି ଓ ଚତୁର୍ଥ ଦଳ ଭାବେ ଟାଇଗର ଏଫ ସି ସ୍ଥାନ ପକ୍କା କରିବା ସହ ଯଥାକ୍ରମେ ୨୦ ହଜାର, ୧୫ ହଜାର, ୧୦ ହଜାର ଓ ୮ ହଜାର ଟଙ୍କା ଲେଖାଏଁ ପୁରସ୍କାର ପାଇଥିବା ସୂଚନା ମିଳିଛି।ପ୍ରତିଯୋଗିତାରେ ମୋଟ ୩୨ଟି ଆଦିବାସୀ ଫୁଟବଲ ଦଳ ଅଂଶ ଗ୍ରହଣ କରିଥିଲେ। କ୍ଳବର ସଭାପତି ଦାଶରଥି ସୋରେନ, ସମ୍ପାଦକ ମହେଶ୍ବର ହେମ୍ବ୍ରମଙ୍କ ଉପସ୍ଥିତିରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ତଥା ପଲାଣଘାଟି ସମିତି ସଭ୍ୟ ବିଶ୍ବନାଥ ନାୟକ, ସମ୍ମାନୀତ ଅତିଥି ଭାବେ ପଲାଣଘାଟି ସରପଞ୍ଚ ରାଉତ ମୁଣ୍ଡା, ହାଟଡ଼ିହି ଅଞ୍ଚଳରେ କାର୍ଯ୍ୟରତ ପିଇଓ ଉର୍ମିଳା ମୁର୍ମୁ ଚମ୍ପିୟାନ ଦଳ ସମେତ ସମସ୍ତ ୪ଟି ଦଳ ଓ କୃତୀ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି।

Comments are closed.