ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

କେନ୍ଦୁଝରଗଡ଼଼: ଧରଣୀଧର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ଆୟୋଜିତ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଶୁଭାରମ୍ଭ କରିବା ଅବସରରେ ସମସ୍ତକ୍ଷେତ୍ରରେ ସ୍ୱଛତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଦୀର୍ଘ ୧୫ଦିନ ଧରି ଚାଲିବ। ଜିଲାର ବିଭିନ୍ନ ମହାବିଦ୍ୟାଳୟରୁ ୭୦୦ରୁ ଊର୍ଦ୍ଧ୍ବ ସ୍ୱେଛାସେବୀ ଯୋଗଦେଇ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଚକ୍ଷୁ ପରୀକ୍ଷା ଶିବିର, ବୃହତ୍‌‌ ସ୍ୱାସ୍ଥ୍ୟ ଶିବିର ଓ କୁତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବଣ୍ଟନ ଶିବିରରେ ଉପସ୍ଥିତ ରହି ସ୍ୱଛତା ଅଭିଯାନକୁ ବ୍ୟାପକ କରିଥିଲେ। ଜାତୀୟ ସେବା ଯୋଜନା ସହସଂଯୋଜିକା ଡ. ସରିତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ସ୍ୱେଛାସେବୀଙ୍କୁ ଟି-ସାର୍ଟ ପ୍ରଦାନ ସହ ଉତ୍ସାହିତ କରାଯାଇଥିଲା। ରାଜ୍ୟ ସରକାରଙ୍କ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶିକା ଡ. ସରିତା ପଟେଲ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱେଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।

Comments are closed.