କେନ୍ଦୁଝରରେ ରାଜ୍ୟ ସରକାରଙ୍କ ୧୦୦ଦିନ ପୂର୍ତ୍ତି ପାଳନ

କେନ୍ଦୁଝରଗଡ଼଼ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ରବିବାର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ବିକାଶ ମେଳାକୁ ଉଦ୍‌‌ଘାଟନ କରିବା ସହ ରାଜ୍ୟ ସରକାରଙ୍କ ୧୦୦ଦିନ ପୂର୍ତ୍ତି ପାଳନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ସରକାରଙ୍କ ବିକାଶର ଫର୍ଦ୍ଦ ବଖାଣିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାତ ଗଠନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇôଥବା ବେଳେ ୨୦୩୬ ସୁଦ୍ଧା ଓଡ଼ିଶା ତା’ର ଶତବାର୍ଷିକୀ ପାଳନ ବେଳକୁ ବିକଶିତ ଓଡ଼ିଶା ଗଠନ ନେଇ କିଭଳି ଦିନରାତି ପ୍ରଚେଷ୍ଟା ଜାରି ରହିଛି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୀର୍ଘ ୧ଘଣ୍ଟାରୁ ଊର୍ଦ୍ଧ୍ବ୍ୱ ସମୟର ଭାଷଣରେ ବିକାଶର ବାର୍ତ୍ତା ବାଣ୍ଟିଛନ୍ତି। ଭାରତକୁ ବିକଶିତ ଦେଶ ଭାବେ ଗଢ଼ି ତୋଳିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ସେହି ବିକାଶ ରେଳରେ ଓଡ଼ିଶା ପ୍ରଥମ ବଗି ହେବ ଏବଂ କେନ୍ଦୁଝର ହେବ ସୁନାର ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି। ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୩ଜଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳନ୍ୟାସ ହୋଇଥିବା ଜିଲାର କାନପୁର ବୃହତ୍‌‌ ଜଳସେଚନ ଆସନ୍ତା ଜୁନ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ ହୋଇ ଚାଷୀଙ୍କ ଚାଷଜମିକୁ ଜଳସେଚିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିଭଳି କେନ୍ଦୁଝରର ପ୍ରତ୍ୟକ୍ଷ ଦେବୀ ମା’ ତାରିଣୀ ପୀଠର ଉନ୍ନତିକରଣ ପାଇଁ ୫୦କୋଟି ଟ୍‌‌କା ମଞ୍ଜୁର ହୋଇଥିବା ବେଳେ ୨୦୦କୋଟି ଟଙ୍କା ବ୍ୟୟରେ ଏହାକୁ କିଭଳି ଜାତୀୟସ୍ତରର ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରାଯିବ ସେ ନେଇ ଉଦ୍ୟମ ଜାରି ରହିଛି ବୋଲି କହିଥିଲେ।

Comments are closed.