୨୫ରୁ ଆଖଣଡଳମଣିଙ୍କ ମନ୍ଦିର ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା

ଆରଡି: ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରବେଢାରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆସନ୍ତା ୨୫ରୁ ଆରମ୍ଭ ହୋଇ ଦଶହରା ଦିନ ସମ୍ପନ୍ନ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ନୀତିକାନ୍ତୀ ଚୂଡାନ୍ତ ହୋଇଥିବା ବେଳେ ମାଙ୍କ ମନ୍ଦିର ଓ ଜଗମୋହନ ମଣ୍ଡପରେ ରଙ୍ଗକାର୍ଯ୍ୟ ସହ ତୋରଣ କାର୍ଯ୍ୟ ଚାଲିଛି। ଅନ୍ୟପଟେ ପ୍ରତିଦିନ ମା ଜୟଦୁର୍ଗା ବିଭିନ୍ନ ବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଉଥିବାରୁ ଭୋର ଦ୍ବାରଫିଟା ନୀତି ସହ ହଳଦୀ ପଞ୍ଚାମୃତ ସ୍ନାନ, ଜଳାଭିଷେକ, ପହିଲୁ ବାଲ୍ୟଭୋଗ ଲାଗି କରାଯିବ। ପରେ ଘଣ୍ଟାକିର୍ତ୍ତନ ଛତ୍ର, ଚାମର ଆଲଟ ଆଦିରେ ମଣିବାବାଙ୍କ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ଘଟ ଉତ୍ତୋଳ କରାଯାଇ ମାଙ୍କ ମଣ୍ଡପରେ ସ୍ଥାପନ କରାଯିବ। ମଧ୍ୟାହ୍ନରେ ମାଙ୍କୁ ଗୌରୀ, ଭୂବନେଶ୍ବରୀ, ମହାଲକ୍ଷ୍ମୀ, ମହାକାଳୀ ବେଶ ଆଦି ପ୍ରତିଦିନ ସଜ୍ଜିତ କରାଯାଇ ଚଣ୍ଡିପାଠ ସହ ଶୋଡଷ ଉପଚାର ନୀତିରେ ପୂଜାର୍ଚ୍ଚନା କରାଯିବ। ରାତ୍ରରେ ହୋମଯଜ୍ଞ ସହ ଅନ୍ନନୀତି ମାଙ୍କୁ ଅର୍ପଣ କରାଯିବ।

Comments are closed.