www.samajalive.in
Tuesday, December 9, 2025
15.1 C
Bhubaneswar

ହାତୀ ବାହାନାରେ ବିଦ୍ୟୁତକାଟ୍ କଲେ ଜନ ଆନ୍ଦୋଳନ ଚେତାବନୀ

ନର୍ଲା: ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଲେଣି। ନର୍ଲା ବ୍ଲକ ଅନ୍ତର୍ଗତ କମେ ଗାଁ ବିଟ୍ ହାତୀଙ୍କ ଦୈନନ୍ଦିନ ଆଡ୍ଡା। କମେ ବିଟ୍‌ରୁ ବାହାରି ହାତୀପଲ ରାତିରେ ଧ୍ବଂସ କରୁଛନ୍ତି ଚାଷୀଙ୍କ ଚାଷ ଓ ଚାଷଜମି। କମେ ବିଟ୍‌ରୁ ବଜରଗଡ଼ ଡଙ୍ଗର ହାତୀଙ୍କ ଚରାଭୂଇଁ ପାଲଟିଛି। ହାତୀ ଉପଦ୍ରବ ଯେତିକି ଯନ୍ତ୍ରଣାଦାୟକ ତା’ଠାରୁ ବଳିପଡ଼ିଛି ବିଦ୍ୟୁତ କାଟ ସମସ୍ୟା। ବର୍ଷବର୍ଷ ହେଲା ପାରମ୍ପରିକ ନୀତି ପାଳନ କଲା ଭଳି ଠିକ୍ ଏହି ସମୟରେ ରାତିରେ ହଠାତ୍ ବିଦ୍ୟୁତ କାଟ ହୁଏ। ପଚାରିଲେ ଉତ୍ତର ଆସେ ହାତୀ ପାଇଁ ବିଦ୍ୟୁତ କାଟ କରାଯାଇଛି ଓ ଆଜି ଆଉ ବିଜୁଳି ମିଳିବ ନାହିଁ। ହେଲେ ଲୋକେ ଆଉ ବିଦ୍ୟୁତ କାଟକୁ ବରଦାସ୍ତ କରିପାରିଲେ ନାହିଁ। ବିଗତ ଦୁଇ ରାତିରେ ବିଦ୍ୟୁତ ବିଭାଗ ବାଲିପଡା ଫିଗରକୁ ବିଦ୍ୟୁତ ସଂଯୋଗ ବନ୍ଦ କରିଦେଇଥିଲେ। ଫଳ ସ୍ବରୂପ ବିନା ଡାକରାରେ ତୁଳାପଡା, ଭାପୁର, ଘୋଡ଼ା ବନ୍ଧ, ବାଣପୁର, ବାଲିସିଙ୍ଗା ଓ ନର୍ଲାର ଉପଭୋକ୍ତାମାନେ ହଜାର ସଂଖ୍ୟାରେ ପହଞ୍ଚି ବିଦ୍ୟୁତ କାର୍ଯ୍ୟାଳୟରେ ହଙ୍ଗାମା କରିଥିଲେ। ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରେ କୌଣସି କ୍ଷୟକ୍ଷତି ହୋଇନଥିଲା। ଅନ୍ୟଥା ଧନଜୀବନ ହାନି ହେବାର ଆଶଙ୍କା ଥିଲା। ଏହାର କାରଣ ହେଲା ଚଳିତ ମାସରେ ଏକ ମାଈ ହାତୀର ମୃତଦେହ ଠାବ ହୋଇଥିଲା ଓ ତା’ର ମୃତ୍ୟୁ ବିଦ୍ୟୁତ ଆଘାତ ଜନିତ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡେ। ହାତୀ ଶିକାରୀଙ୍କ କବଳରେ ପଡ଼ି ବିଦ୍ୟୁତ ଆଘାତ ପାଇ ତା’ର ମୃତ୍ୟୁ ଘଟିଛି। ଏଥିପାଇଁ ଦାୟୀ କିଏ ? ବିଦ୍ୟୁତ ବିଭାଗ ନା ବନ ବିଭାଗ-ଶିକାରୀ ନା ବିଦ୍ୟୁତ ଉପଭୋକ୍ତା। ଦୋଷ କାହାର ଦଣ୍ଡ ଭୋଗିବେ କିଏ। ଏହାର ଗୋଟିଏ ରାସ୍ତା ବାହାର କରିଛି ବନ ବିଭାଗ। ହାତୀର ଉପସ୍ଥିତି ଦର୍ଶାଇ ରାତିରେ ବାଲିପଡା ଫିଗର୍ ବିଦ୍ୟୁତ ବିଚ୍ଛିନ୍ନ କରିବା ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଉଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ ରାତିରେ ବିଦ୍ୟୁତ ସରବରାହ ବନ୍ଦ କରିଦେଲେ ଉଭୟ ବିଭାଗ ଦାୟିତ୍ବମୁକ୍ତ ହୋଇ ରହୁଛନ୍ତି। ହେଲେ ମଶା ମାଛି ଓ ପ୍ରଚଣ୍ଡ ଗୁଳୁଗୁଳିର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକେ। ଏହାକୁ ନେଇ ବାଲିପଡା ଫିଗର୍ ଅଧିନ ଉପଭୋକ୍ତା କଳାହାଣ୍ଡି ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଆଗକୁ ଯଦି ଏଭଳି ପରିସ୍ଥିତି ଆସେ ତାହେଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ଲିଖିତ ଅଭିଯୋଗରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories