www.samajalive.in
Monday, December 8, 2025
14.1 C
Bhubaneswar

ଟ୍ରକ୍‌ ଧକ୍କାରେ ଦୁଇ ଭଉଣୀ ମୃତ, ମା’ ଗୁରୁତର

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡ ରସୋଳ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଏଥିରେ ସେମାନଙ୍କ ମା’ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ ଶନିବାର ସନ୍ଧ୍ୟା ୬ଟା ସମୟରେ ହିନ୍ଦୋଳ ବ୍ଲକ ରାସୋଳ ଥାନା ଗଣ୍ଡାନାଳି ପଞ୍ଚାୟତର ଚନ୍ଦନ ଖଟୁଆଙ୍କ ସ୍ତ୍ରୀ ନମିତା ଖଟୁଆ ନିଜ ଦୁଇଝିଅ ଚିନ୍ମୟୀ ପ୍ରିୟଦର୍ଶିନୀ (୧୧) ଓ ଅନନ୍ୟା ପ୍ରିୟଦର୍ଶିନୀ (୮)ଙ୍କୁ ନିଜ ସ୍କୁଟି (ଓଡ଼ି୦୬କେ୬୦୩୮)ରେ ରାସୋଳ ତେଲିଭୂଇଁ ଅଞ୍ଚଳକୁ କୌଣସି କାର୍ଯ୍ୟରେ ଆସୁଥିଲେ। ସୁକିଆବାଉତିଙ୍କ ମନ୍ଦିର ନିକଟ ପେଟ୍ରୋଲ ଟାଙ୍କି ନିକଟରେ ବେପାରୁଆ ଭାବେ ଏକ ଦଶଚକିଆ ଟ୍ରକ (ସିଜି୦୭ସିଟି୪୫୪୮) ମା’ ଓ ଦୁଇଝିଅଙ୍କୁ ଖୁବ ଜୋରରେ ଧକ୍କା ଦେଇଥିଲା।

ମା’ ନମିତା ସ୍କୁଟିରୁ ଛିଟିକି ପଡ଼ି ଗୁରୁତର ହୋଇଥିବା ବେଳେ ଦୁଇଝିଅଙ୍କୁ ଟ୍ରକ ଚାପି ଦେଇଥିଲା। ଦୁଇ ଭଉଣୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ ଦୁଇଭଉଣୀଙ୍କ ଶରୀର ରାସ୍ତାରେ ଖଣ୍ଡ ଖଣ୍ଡ ହୋଇଯିବା ସହ ମାଂସପିଣ୍ଡୁଳା ପାଲଟିଯାଇଥିଲା। ସ୍ଥାନୀୟ ଜନସାଧାରଣ ରାସୋଳ ପୁଲିସ ଓ ଦମକଳବାହିନୀକୁ ଖବର ଦେବାରେ ତୁରନ୍ତ ଆହତ ନମିତାଙ୍କୁ ହିନ୍ଦୋଳ ଡାକ୍ତରଖାନାକୁ ଅଗ୍ନିଶମବାହିନୀ ଗାଡ଼ିରେ ଅଣାଯାଇଥିଲା।

- Advertisement -

ଗୁରୁତର ନମିତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ମୃତ ଦୁଇଭଉଣୀଙ୍କ ମୃତ ଶରୀର ସେଠାରେ ପଡ଼ି ରହିଛି। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଉତ୍ତ୍ୟକ୍ତ ଜନସାଧାରଣ ଘଟଣାସ୍ଥଳରେ ରାସ୍ତାରୋକ ଜାରି ରଖିଛନ୍ତି। ରାସୋଳ ପୁଲିସ ଟ୍ରକ ଚାଳକକୁ ଅଟକ ରଖିବା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟି ଓ ଶବ ଜବତ କରି ତଦନ୍ତ କରୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories