ମହୁମାଛି ଆକ୍ରମଣରେ ଜଣେ ମୃତ, ୪ ଗୁରୁତର

ବିଶ୍ୱନାଥପୁର: କଳାହାଣ୍ଡି ଜିଲା ବିଜେପୁର ଥାନା ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୪ ଗୁରୁତରଙ୍କୁ ବେନଗାଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ବେତିଆପଡ଼ା ଗାଁର ବୁର୍ଜା ମାଝୀ(୪୫), ପୂର୍ଣ୍ଣ ମାଝୀ(୪୬), ଲିପା ମାଝୀ(୩୬)ମୁଗ୍ରୀ ମାଝୀ(୩୮) ଓ ପାଗୁ ମାଝୀ(୩୮) ଜଙ୍ଗଲକୁ ଜାଳେଣି କାଠ କାଟିବାକୁ ଯାଇଥିଲେ। ଏହି ସମୟରେ ମହୁମାଛି ଆକ୍ରମଣ କରିବାରୁ ୫ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ମଧ୍ୟରୁ ବୁର୍ଜା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.