ମାନବଜାତି ପାଇଁ ସବୁଠୁ ବଡ଼ ଉପହାର ‘ ନେଉରାଲିଙ୍କ ବ୍ଲାଇଣ୍ଡସାଇଟ’, ଦୃଷ୍ଟିହୀନ ଫେରିପାଇବେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ମାନବଜାତି ପାଇଁ ସବୁଠୁ ବଡ଼ ଉପହାର ‘ ନେଉରାଲିଙ୍କ ବ୍ଲାଇଣ୍ଡସାଇଟ’, ଉପକରଣ। ନ୍ୟୁରୋ ଟେକ୍ନୋଲୋଜିରେ ଏଲୋନ୍ ମସ୍କଙ୍କ ନୂତନ ଉଦ୍ଭାବନ ‘ ନେଉରାଲିଙ୍କ ବ୍ଲାଇଣ୍ଡସାଇଟ’ ଡିଭାଇସକୁ ନେଇ ଆସିଛି ସବୁଠୁ ବଡ଼ ଖବର। ‘ ନେଉରାଲିଙ୍କ ବ୍ଲାଇଣ୍ଡସାଇଟ’, ଉପକରଣ ବ୍ୟବହାର ପରେ ଯେ କୌଣସି ଦୃଷ୍ଟିବାଧିତ ଓ ଦୃଷ୍ଟିହୀନ ବ୍ୟକ୍ତି ସେମାନଙ୍କ ଦୃଷ୍ଟିଶକ୍ତି ଫେରିପାଇବେ ବୋଲି ଏଲୋନ ମକ୍ସ ଆଶା ପ୍ରକାଶ କରିଛନ୍ତି। ମହିନ୍ଦ୍ରା ଏବଂ ମହିନ୍ଦ୍ରା ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନ୍ୟୁରୋ ଟେକ୍ନୋଲୋଜିରେ ଏଲୋନ୍ ମସ୍କଙ୍କ ନୂତନ ଉଦ୍ଭାବନ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ସେପ୍ଟେମ୍ବର ୧୯ରେ, ମହିନ୍ଦ୍ରା ‘ଏକ୍ସ’ରେ ‘ନ୍ୟୁରାଲିଙ୍କ ବ୍ଲାଇଣ୍ଡସାଇଟ୍’ ଡିଭାଇସ୍ ବିଷୟରେ ମସ୍କଙ୍କ ପୋଷ୍ଟକୁ ସେ ସେୟାର କରି କହିଛନ୍ତି ଯେ ଯଦି ଏହି ଡିଭାଇସ୍ ଆଶା ପୂରଣ କରେ, ତେବେ ଏହା ମାନବଜାତି ପାଇଁ ସବୁଠୁ ବଡ଼ ଚିରସ୍ଥାୟୀ ଉପହାର ହେବ। ଏହି ପୋଷ୍ଟରେ ସେ ଏଲୋନ୍ ମକ୍ସଙ୍କ ଦୃଷ୍ଟିହୀନ ଉପକରଣର ସମ୍ଭାବ୍ୟ ସାମର୍ଥ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି।

ମସ୍କ କହିଛନ୍ତି ଯେ, ‘ନ୍ୟୁରାଲିଙ୍କ ବ୍ଲାଇଣ୍ଡସାଇଟ’ ଦୃଷ୍ଟିହୀନ ଉପକରଣ ଯେଉଁମାନେ ଉଭୟ ଆଖି ଏବଂ ଅପ୍ଟିକ୍ ସ୍ନାୟୁ ହରାଇଛନ୍ତି ସେମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଏପରିକି ଏହା ଜନ୍ମରୁ ଅନ୍ଧ ଥିବା ଲୋକଙ୍କୁ ମଧ୍ୟ ପ୍ରଥମ ଥର ଦେଖିବା ପାଇଁ ସହାୟକ ହୋଇପାରିବ। ଅଟାରି ଗ୍ରାଫିକ୍ସ ପରି ପ୍ରଥମେ ଦୃଷ୍ଟି ଶକ୍ତି କମ ରହିବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ସମୟରେ ଜିଓର୍ଡିଲା ଫୋର୍ଜ ପରି ଇନଫ୍ରାଡ୍, ଅଲ୍ଟ୍ରା-ବାଇଗଣି  ଆଦି ରଙ୍ଗ ଦେଖିବା ଭଳି ଏହା ପ୍ରାକୃତିକ ଦୃଷ୍ଟି ଶକ୍ତି ପ୍ରଦାନ କରିପାରିବ ବୋଲି ଏଲୋନ ମସ୍କ ଦାବି କରିଛନ୍ତି

‘ ନେଉରାଲିଙ୍କ ବ୍ଲାଇଣ୍ଡସାଇଟ’ ଦୃଷ୍ଟିହୀନ ଉପକରଣ ନ୍ୟୁରୋଟେକ୍ନୋଲୋଜିରେ ଏକ ମହତ୍ତ୍ୱପୂର୍ଣ୍ଣ ଅଗ୍ରଗତିର ପ୍ରତିନିଧିତ୍ୱ କରେ, ଯାହା ବିଭିନ୍ନ ପ୍ରକାରର ଦୃଷ୍ଟିହୀନ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଥାଏ।  ଯେଉଁମାନେ ଆଖି ଏବଂ ଅପ୍ଟିକ୍ ସ୍ନାୟୁ ହରାଇଛନ୍ତି, ଏବଂ ଦୃଷ୍ଟି ଶକ୍ତି ବିନା ଜନ୍ମ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଏହା ସାହାଯ୍ୟ କରିପାରିବ ବୋଲି ଏଲନ ମକ୍ସ ପ୍ରକାଶ କରିଛନ୍ତି।

ତେବେ ‘ ନେଉରାଲିଙ୍କ ବ୍ଲାଇଣ୍ଡସାଇଟ’ ଡିଭାଇସ୍ ଏ ପର୍ଯ୍ୟନ୍ତ ପରୀକ୍ଷାମୂଳକ ପର୍ଯ୍ୟାୟରେ ରହିଛି ଏବଂ ବ୍ୟବସାୟିକ ବ୍ୟବହାର ପାଇଁ ଏପର୍ଯ୍ୟନ୍ତ ଅନୁମୋଦିତ ହୋଇପାରିନାହିଁ ।

Comments are closed.