www.samajalive.in
Wednesday, December 10, 2025
23.1 C
Bhubaneswar

ମହିଳାଙ୍କୁ ହତ୍ୟା ପରେ ମୃତହେଦକୁ ୩୨ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ

ସମାଜ ଡିଜିଟାଲ ଡେସ୍କ: ଜଣେ ମହିଳାଙ୍କୁ ହତ୍ୟା କରାଯିବା ପରେ ମୃତହେଦକୁ ୩୨ ଖଣ୍ଡ କରି କାଟିଛି ଅଭିଯୁକ୍ତ। କେବଳ ଏତିକି ନୁହେଁ, ପ୍ରମାଣ ଲୁଚାଇବା ଲାଗି ଶରୀରର ଖଣ୍ଡଗୁଡ଼ିକୁ ମହିଳାଙ୍କ ଘରେ ଥିବା ଫ୍ରିଜରେ ଲୁଚାଇ ରଖି ଅଭିଯୁକ୍ତ ଫେରାର ହୋଇଯାଇଛି। ଯାହାର ପର୍ଦ୍ଦାଫାଶ କରିଛି ପୁଲିସ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଆଇଟି ସହର ଭାବେ ପରିଚିତ ବେଙ୍ଗାଲୁରୁରେ।

ଭାୟାଲିକାଭାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ପୁଲିସ ସୂଚନା ଅନୁସାରେ, ମହିଳାଙ୍କ ପରିଚୟ ମିଳିପାରି ନାହିଁ। ସେ ଅନ୍ୟ ଏକ ରାଜ୍ୟର ବାସିନ୍ଦା। କିଛି ଦିନ ହେବ ବେଙ୍ଗାଲୁରୁରେ ରହୁଥିଲେ। କିଏ ତାଙ୍କୁ ହତ୍ୟା କରିଛି ଏବଂ ଏହା ପଛର କାରଣ କ’ଣ ତାହା ଏଯାଏ ଜଣାପଡ଼ିନାହିଁ। ମହିଳା ଜଣକ ପୁରୁଷ ବନ୍ଧୁ ସହିତ ଏକାଠି ରହୁଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories