www.samajalive.in
Friday, December 12, 2025
16.1 C
Bhubaneswar

ତିନି ତଲାକ୍‍ ପୁନଃଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ତଲାକ୍‍ ଅଧ୍ୟାଦେଶର ପୁନଃ କାର୍ଯ୍ୟକାରୀତାକୁ ଅନୁମୋଦନ କରିଛନ୍ତି। ଆଇନ୍‍ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ଅଧ୍ୟାଦେଶ ୨୦୧୯ ଜାରି କରିଛନ୍ତି। ବିବାହିତ ମୁସଲମାନ ମହିଳାମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ତିନିତଲାକ ପ୍ରଥାକୁ ଏକ ଅପରାଧ ଭାବେ ବିବେଚନା କରିବା ଏହି ଅଧ୍ୟାଦେଶର ମୂଳ ଲକ୍ଷ୍ୟ।

ପ୍ରତୀକାତ୍ମକ ଫଟୋ

ସୂଚନାଯୋଗ୍ୟ ତିନି ତଲାକ୍‍କୁ ଏକ ଫୌଜଦାରୀ ଅପରାଧ କରିବା ପାଇଁ ପୁର୍ନବାର ଅଧ୍ୟାଦେଶ ଜାରି କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା। ଏହି ଅଧ୍ୟାଦେଶ ତିନି ତଲାକକୁ ଅବୈଧ ଓ ବେଆଇନ ଘୋଷଣା କରିବ। ଏଥି ପାଇଁ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍‍ଦଣ୍ଡର ବ୍ୟବସ୍ଥା ସହିତ ଏହାକୁ ଦଣ୍ଡନୀୟ ଅପରାଧର ଶ୍ରେଣୀଭୁକ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗତ ୧୦ ତାରିଖରେ ଏହି ନଷ୍ପତ୍ତି ନିଆଯାଇଥିଲା । ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଓ ବିରୋଧ ଯୋଗୁଁ  ରାଜ୍ୟସଭାରେ ତିନି ତଲାକ୍‍ ବିଲ୍ ଆଗତ ହୋଇପାରି ନ ଥିଲା

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories