www.samajalive.in
Wednesday, December 10, 2025
18.1 C
Bhubaneswar

ଯାତ୍ରାରୁ ମିଳେ ଶାନ୍ତି

ମଣିଷ ଚିନ୍ତାମୁକ୍ତ ବା ଶାନ୍ତିରେ ରହିବା ପାଇଁ ଅନେକ ପନ୍ଥା ଆପଣାଇଥାଏ। ହେଲେ କେତେବେଳେ ଏଥିରେ ସେ ସଫଳ ହୁଏ ତ ଆଉ କେତେବେଳେ ବିଫଳ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅଧିକ ଯାତ୍ରା କରିବା ଦ୍ବାରା ବ୍ୟକ୍ତି ଚିନ୍ତାମୁକ୍ତ ରହିବା ସହିତ ଶାନ୍ତି ଅନୁଭବ କରିଥାଏ।

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଆପଣ ଯେତେ ଅଧିକ ଯାତ୍ରା କରିବେ ସେତେ ଅଧିକ ଶାନ୍ତ ରହିବେ। ଅର୍ଥାତ୍ ନିୟମିତ ଯାତ୍ରା କରୁଥିବା ବ୍ୟକ୍ତି ଚିନ୍ତାମୁକ୍ତ ଏବଂ ସୁଖରେ ରହିଥା’ନ୍ତି। ଗବେଷଣାରେ କୁହାଯାଇଛି ଯେ, ଯେଉଁମାନେ ଏକାକୀ ଯାତ୍ରା କରନ୍ତି ସେମାନେ ଅଧିକ ଚାପମୁକ୍ତ ରହିଥାଆନ୍ତି। କାରଣ ବ୍ୟକ୍ତି ଭ୍ରମଣ ବେଳେ ବିଭିନ୍ନ ନୂଆ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇଥାଏ। ସେମାନଙ୍କ ସହ ନିଜ ଭାବନାକୁ ପରିପ୍ରକାଶ କରିପାରେ। କେବଳ ସେତିକି ନୁହେଁ, ବ୍ୟକ୍ତି ଅନ୍ୟଠାରୁ ମଧ୍ୟ କିଛି ମଜାଦାର କଥା ଜାଣିବାର ସୁଯୋଗ ପାଏ। ଫଳରେ ଯାତ୍ରା କରୁଥିବା ଲୋକ ମନରେ ନୂଆ ବିଷୟ ବା ନୂଆ କଥା ଘର କରେ। ଏହା ତାକୁ ଚାପମୁକ୍ତ କରିବାରେ ସହାୟକ ହୋଇଥାଏ।

- Advertisement -

ତେବେ ଏକା ଯାତ୍ରା କରିବା ସମୟରେ ବ୍ୟକ୍ତି ନିଜକୁ ଅନେକ ସମୟରେ ଅସୁରକ୍ଷିତ ଅନୁଭବ କରିଥା’ନ୍ତି। ହେଲେ ଏହା ଅଭ୍ୟାସରେ ପରିଣତ ହେବାପରେ ସେହି ଡ଼ର ଆଉ ରହେ ନାହିଁ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି। ପରିବାର ସହ ମଧ୍ୟ ଯାତ୍ରା କଲେ ମନ ଭଲ ରହିଥାଏ। କିଛି ଭିନ୍ନ ଅନୁଭବ ହୋଇଥାଏ। ହେଲେ ଏହି ଯାତ୍ରା ସମୟରେ ସମସ୍ତ ନିଷ୍ପତ୍ତି ସାମୁହିକଭାବେ ନେବାକୁ ପଡ଼ିଥାଏ। ଏହା ଫଳରେ ନିଜର ସ୍ୱାଧୀନତା ହ୍ରାସ ପାଏ। କିନ୍ତୁ ଏକାକୀ ଯାତ୍ରାକାଳରେ ବ୍ୟକ୍ତି ସ୍ବାଧୀନ ରହେ। ତେଣୁ ଯିଏ ଅଧିକ ସମୟ ଯାତ୍ରା କରନ୍ତି ସେ ଚିନ୍ତାମୁକ୍ତ ହୋଇ ଶାନ୍ତିରେ ରହିଥା’ନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories