www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପିର ଲାଲଚୁଡି ସଂଗ୍ରହ ଅଭିଯାନ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ପୀଡିତାକୁ ନ୍ୟାୟ ନମିଳିବା ଅଭିଯୋଗରେ ବିଜେପି ମହିଳା ମୋର୍ଚ୍ଚା ଲାଲଚୁଡି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଆସନ୍ତା ୧୪ ତାରିଖରେ ବିଜେପି ବାଲୁକା କଳା ଦ୍ୱାରା ଜନ ସଚେତନ ସୃଷ୍ଟି କରିବାକୁ ଯୋଜନା କରିଛି । ଏହା ସହ ୧୫ରେ ସବୁ ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ପ୍ରମୁଖ ମନ୍ଦିରରେ ପ୍ରାର୍ଥନା ସଭାର ଆୟୋଜନ ହେବ । ସେହିପରି ୧୭ରେ ପ୍ରତିବାଦ ସଭା କରିବାକୁ ବିଜେପି ମହିଳା ମୋର୍ଚ୍ଚା ନିଷ୍ପତ୍ତି ନେଇଥିବା ବେଳେ ୧୮ରେ ସବୁ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । ସଂଗ୍ରହ କରାଯାଇଥିବା ଲାଲଚୁଡିକୁ ଡାକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଠାଇବ ବିଜେପି ମହିଲା ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ବିଜେଡି ସରକାରଙ୍କୁ କଡା ସମାଲୋଚନା କରିବା ସହ ଗଣଦୁଷ୍କର୍ମକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ କହିଛନ୍ତି ଯେ ଦୀର୍ଘ ୧୯ ବର୍ଷ ଧରି ଶାସନ କାଳରେ ବିଜେଡି ସରକାର ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଆଜି ବି ପ୍ରତିଟି କ୍ଷେତ୍ରରେ ମହିଳା ଅବହେଳିତ, ନିଷ୍ପେଷିତ ଓ ଭୟଭୀତ ଅବସ୍ଥାରେ ରହିଛନ୍ତି । ଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ସମସ୍ତେ ଅସୁରକ୍ଷିତ । ‘ମହିଳାଙ୍କୁ ସୁରକ୍ଷା ମହିଳାଙ୍କୁ ସମ୍ମାନ’ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ଲୋଗାନ କେବଳ ବିଜ୍ଞାପନରେ ସୀମିତ ରହିଛି । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଅସଫଳ ହୋଇଛନ୍ତି । ଛାତ୍ରୀଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ପର୍ଯ୍ୟନ୍ତ ସମସ୍ତେ ଅସୁରକ୍ଷିତ ଓ ଭୟଭୀତ । ପୁଲିସ ଶାସକ ଦଳର ଚାପରେ କାମ କରୁଥିବା ବେଳେ ଖୋଦ୍ ଶାସକ ଦଳର ନେତା ମହିଳାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଜବାବ ଦେବାକୁ ପଡିବ । ଖୁବ୍ ଶୀଘ୍ର ବିଜେପି ପକ୍ଷରୁ ଜବାବ ମାଗୁଛି ଓଡ଼ିଶା …. ଅଭିଯାନ ଆରମ୍ଭ ହେବ ବୋଲି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories