Patra electronics

ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ; ଜାଣନ୍ତୁ କେତେ ରହିଛି ଦାମ୍‌..

ନୂଆଦିଲ୍ଲୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଶ ବିଦେଶରୁ ମିଳିଥିବା ଉପହାରକୁ ନିଲାମ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାର ନିଲାମ ହେବା ଆରମ୍ଭ ହୋଇଛି। ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ନିଲାମ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀଙ୍କର ୬୦୦ରୁ ଅଧିକ ଉପହାରକୁ ସର୍ବସାଧାରଣ କିଣି ପାରିବେ। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ ହେବା ସହ ସାରା ଦୁନିଆରୁ ମିଳିଥିବା ଉପହାରକୁ କିଣିବା ପାଇଁ ସାମିଲ ହେବାକୁ କହିଛନ୍ତି । ଉପହାର ସହ ମିଳିଥିବା ସ୍ମାରକୀ ମଧ୍ୟ ନିଲାମ କରାଯିବ ।

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଓ ସ୍ମାରକୀର ଇ-ନିଲାମ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ ହୋଇଥିଲା। ଏହା ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ୬୦୦ରୁ ଅଧିକ ଉପହାର ଓ ସ୍ମାରକୀକୁ ଅନଲାଇନରେ ନିଲାମ କରାଯାଉଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ୬୦୦ ଉପହାର ନିଲାମ କରାଯାଉଛି। ଏଥିରେ ଟୋପି, ଜୋତା, ବ୍ୟାଡମିଣ୍ଟନ, ପ୍ରଭୁ ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୂର୍ତ୍ତି, ରାମ ମନ୍ଦିର ମଡେଲ୍‌, କଳସ ସମେତ ଅନ୍ୟାନ୍ୟ ଜିନିଷ ମଧ୍ୟ ରହିଛି। ପ୍ୟାରିସ୍‌ ପାରା ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ନିତ୍ୟା ଶ୍ରୀ ସିଭାନ୍‌ଙ୍କର ବ୍ୟାଡମିଣ୍ଟନ ର‌୍ୟାକେଟର ଦାମ୍‌ ସାଢେ ୫ ଲକ୍ଷ ରଖାଯାଇଛି। ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ଶରଦ କୁମାରଙ୍କ ଟୋପିର ସର୍ବାଧିକ ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି।

ଅଧିକ ଦାମ୍‌ର ଜିନିଷ ବ୍ୟତୀତ ୭୦୦ ଟଙ୍କାରେ ମଧ୍ୟ ଅନେକ ଜିନିଷ ଉପଲବ୍ଧ ରହିଛି । ସବୁଠାରୁ ଶସ୍ତା ଉପହାର ୭୦୦ ଟଙ୍କାରେ ରଖାଯାଇଛି। ୧୨୦୦ ଟଙ୍କାରେ ମଧ୍ୟ ଅନେକ ଜିନିଷ ମଧ୍ୟ ରହିଛି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ପ୍ରତ୍ୟେକ ବର୍ଷ ସାର୍ବଜନୀନ କାର୍ଯ୍ୟକ୍ରମରେ ମିଳୁଥିବା ବିଭିନ୍ନ ସ୍ମାରକୀର ନିଲାମ କରାଯାଏ । ଗଙ୍ଗା ନଦୀର ସଂରକ୍ଷଣ ଏବଂ ନବୀକରଣ ପାଇଁ ‘ନାମାମୀ  ଗଙ୍ଗେ’ ଏକ ସରକାରୀ ପଦକ୍ଷେପ। ଏହି ପଦକ୍ଷେପରେ ନିଲାମରୁ ପ୍ରାପ୍ତ ଟଙ୍କା ଖର୍ଚ୍ଚ କରାଯାଏ।

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରକୁ ପାଇବା ପାଇଁ https://pmmementos.gov.in/  ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ । ନିଜର ପଞ୍ଜିକରଣ କରି ନିଲାମ ପ୍ରକ୍ରିୟାରେ ଯୋଡି ହୋଇ ପାରିବେ। ସବୁଠାରୁ ଶସ୍ତା ଉପହାର ୭୦୦ ଟଙ୍କା ଓ ମହଙ୍ଗା ଉପହାର ୯ ଲକ୍ଷ ଟଙ୍କା । ୨୦୨୩ ମସିହାରେ, ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ୯୧୨ ଉପହାର ନିଲାମ କରାଯାଇଥିଲା।

Comments are closed.