www.samajalive.in
Sunday, December 14, 2025
23.1 C
Bhubaneswar

ମଦ ଦୋକାନ ଭାଙ୍ଗିଲେ, ଗାଁରେ ମଦ ବନ୍ଦ ପାଇଁ ଅଭିଯୋଗ କଲେ ମହିଳା

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମରେ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ଦେଶୀ ବିଦେଶୀ ମଦ ଦୋକାନ ଖୋଲି ବିକ୍ରି କରିବା ସହ ଗାଁର ପରିବେଶକୁ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଗାଁର ଦୁଇ ଭାଇ ରମେଶ ସାହୁ ଓ ରାଜେଶ ସାହୁ ଏହି ବେଆଇନ ମଦ ଦୋକାନ ଖୋଲି ମଦ ବିକ୍ରି ଚଳାଇଥିଲେ। ଗାଁର ଲୋକଙ୍କୁ ମଦ ବିକ୍ରି କରି ଘରେ ଘରେ ଅଶାନ୍ତି ବାତାବରଣ ସୃଷ୍ଟି କରି ଆସୁଥିଲେ। ମଦ ଭାଟିକୁ ଲାଗି ଗ୍ରାହକ ସେବା କେନ୍ଦ୍ର ରହିଥିବା ବେଳେ ଅନେକ ସମୟରେ ମହିଳା ମାନେ ଏହି କେନ୍ଦ୍ର କୁ ବିଭିନ୍ନ କାର୍ଯ୍ୟ ରେ ଆସୁଥିବା ବେଳେ ମଦୁଆ ଙ୍କ ଦୌରାତ୍ମର ଶୀକାର ହେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଙ୍ଘ ବିରୋଧ କରିବା ସହ ଅନେକ ସମୟରେ ମଦ ଦୋକାନ ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦେବା ସତ୍ତ୍ବେ ମଧ୍ୟ ଦୁଇ ଭାଇ କିଛି ଶୁଣିନଥିଲେ।
ମଦ ଦୋକାନ ବନ୍ଦ ନ କରିବାରୁ ଗ୍ରାମ ର ମହିଳା ଓ ସଚେତନ ନାଗରିକ ମାନେ ମଙ୍ଗଳବାର ମଦ ଦୋକାନକୁ ଭାଙ୍ଗି ନଷ୍ଟ କରିଥିଲେ। ବୁଧବାର ଗମ୍ଭାରୀଗୁଡା ସମିତି ସଭ୍ୟା ପ୍ରମିଳା ଭୋଇଙ୍କ ନେତୃତ୍ୱରେ ଗ୍ରାମର ୪ଟି ମହିଳା ସଙ୍ଘ ର ଶତାଧିକ ମହିଳା ଓ ଯୁବକ ଗୋଷ୍ଠି କୋକସରା ଥାନା କୁ ଆସି ଏନେଇ ଅଭିଯୋଗ କରିଥିଲେ। ତୁରନ୍ତ ମଦ ଦୋକାନ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବାକୁ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଯଦି ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ମହିଳା ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ପୋଲିସ ଦୁଇ ମଦ ବେପାରୀ ଭାଇ ଙ୍କୁ ଥାନା କୁ ଡକାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories