www.samajalive.in
Monday, December 8, 2025
24.1 C
Bhubaneswar

ବାଲେଶ୍ୱରରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ବନ୍ୟା ସ୍ଥିତି ଉଦ୍‌‌ବେଗଜନକ

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ୱର ଜିଲାରେ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମୀକ୍ଷା କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଜିଲାରେ ବନ୍ୟା ପରିସ୍ଥିତି ଉଦବେଗଜନକ। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁଁ ତିନୋଟି ନଦୀର ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ଜିଲାରେ ୬ଟି ବ୍ଲକରେ ୮ହଜାର ହେକ୍ଟର ଜମି ଜଳମଗ୍ନ ହୋଇଥିବା ବେଳେ ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି। ପାଣି ଘେରରେ ଥିବା ତଳିଆ ଅଞ୍ଚଳରୁ ୨ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଗାଁରୁ ଲୋକଙ୍କୁ ଊର୍ଦ୍ଧ୍ବାର କରାଯାଉଛି। ସେମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି। ଊର୍ଦ୍ଧ୍ବାର କାର୍ଯ୍ୟରେ ୮ଟି ଅଗ୍ନିଶମ ବାହିନୀ, ୩ଓଡ଼୍ରାଫ ଟିମ୍‌‌ ଏବଂ ଗୋଟିଏ ଏନଡିଆରଏଫ୍‌‌ ଟିମ୍‌‌ ମୁତୟନ ହୋଇଛନ୍ତି। ଏହାସହିତ ଜିଲାସ୍ତରୀୟ ଅଧିକାରୀମାନେ ସ୍ଥିତି ଉପରେ ୨୪ଘଣ୍ଟିଆ ନଜର ରଖିଛନ୍ତି। ବନ୍ୟାରେ କୌଣସି ବ୍ୟକ୍ତିଙ୍କ ଜୀବନହାନି କିପରି ନଘଟେ ସେନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ରୋଡମ୍ୟାପ୍‌‌ କରିବାକୁ ଇଆଇସିଙ୍କୁ କୁହାଯାଇଛି। ଇଆଇସିଙ୍କ ରିପୋର୍ଟ ମିଳିବା ପରେ ଏନେଇ ପଦକ୍ଷେପ ନିଆଯିବ। ଆଜି ପୂର୍ଣ୍ଣିମା ଯୋଗୁଁଁ ପାଣି ଛାଡୁନି, ଦିନକ ପରେ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories