www.samajalive.in
Saturday, December 13, 2025
27.1 C
Bhubaneswar

୨ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ, ୧୦ ହଜାର ଲେଖାଏଁ ଜରିମାନା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ଅଞ୍ଚଳରେ ଗତ ୪ ଜାନୁଆରୀ ୨୦୧୭ ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାରେ ସେସନ ଜଜ ସମ୍ବଲପୁର ତାଙ୍କର ଶୁଣାଣି ୨ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଲେଖାଏଁ ଜରିମାନା କରିଛନ୍ତି। ହୀରାକୁଦ ଚମାରପଡା ନିବାସି ନାଣ୍ଡୁ ରୋହିଦାସ (୩୦) ହୀରାକୁଦ କ୍ୟାମ୍ପ ନିବାସୀ ବିରୁପାକ୍ଷ ପଣ୍ଡାଙ୍କ ନିକଟରୁ ଚାଷ କାର୍ଯ୍ୟ ପାଇଁ ସାର ଓ ବିହନ ଊର୍ଦ୍ଧ୍ବାରରେ ନେଇଥିଲେ। ଉକ୍ତ ଊର୍ଦ୍ଧ୍ବାରର ବାକିଆ ଟଙ୍କା ଆଦାୟ ପାଇଁ ଗୁଜାତଳ, ହୀରାକୁଦ ନିବାସୀ ପିଣ୍ଟୁ ମାଝୀଙ୍କୁ ତାଙ୍କର ଘରକୁ ପଠାଇ ଥିଲେ। ତେବେ ସେ ସମୟରେ ନାଣ୍ଡୁ ରୋହିଦାସ ଘରେ ନ ଥିଲେ।

ଏହା ଫୋନ ମାଧ୍ୟମରେ ବିରୁପାକ୍ଷ ପଣ୍ଡାଙ୍କୁ ଜଣାଇବାରୁ ବିରୁପାକ୍ଷ ଗୁଣ୍ଡରୁପଡା ହୀରାକୁଦ ନିବାସୀ ରାହୁଲ ସାହୁ ଓରଫ ରିଙ୍କୁ ଙ୍କ ସାଥିରେ ଚମାରପଡାକୁ ପହୁଞ୍ôଚଥିଲେ ଏବଂ ଖୋଜିଥିଲେ। ନାଣ୍ଡୁ ରୋହିଦାସଙ୍କୁ ତାଙ୍କର ଘରୁ କିଛି ଦୂରରେ ପାଇବା ପରେ ବାକିଆ ଟଙ୍କା ଦେବା ପାଇଁ କହିବାରୁ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବିରୁପାକ୍ଷ, ରାହୁଲ ଓ ପିଣ୍ଟୁ ତାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ପରବର୍ତ୍ତୀ ସମୟରେ ନାଣ୍ଡୁଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ହୀରାକୁଦ ଥାନାରେ ଅଭିଯୋଗ ହେବାରୁ ସେ ସମୟରେ ୨/୨୦୧୭ ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।

- Advertisement -

ତଦନ୍ତ ସମୟରେ ପୁଲିସ ବିରୁପାକ୍ଷ ଓ ରାହୁଲଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିବା ବେଳେ ସେ ଦିନ ଠାରୁ ପିଣ୍ଟୁ ଫେରାର ରହିଛି। ଏହି ମାମଲାର ଶୁଣାଣି କରି ମାନ୍ୟବର ସେସନ ଜଜ ପ୍ରଜ୍ଞା ପାଣିଗ୍ରାହୀ ୧୪ ଜଣ ସାକ୍ଷୀ ଓ ୨୪ ପ୍ରକାରର କାଗଜପତ୍ର ଆଦି ଶୁଣିବା ଏବଂ ଦେଖିବା ପରେ ହତ୍ୟା ଅଭିଯୁକ୍ତ ବିରୁପାକ୍ଷ ଓ ରାହୁଲଙ୍କୁ ସଶ୍ରମ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଅତିରିକ୍ତ ୨ ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଦିପ୍ତି ରଞ୍ଜନ ଷେଣ୍ଢ ପରିଚାଳନା କରୁଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories