www.samajalive.in
Saturday, December 6, 2025
19.1 C
Bhubaneswar

ରୁହନ୍ତୁ ସତର୍କ ; ଡିଜେ ଶବ୍ଦରୁ ବିବାହରେ ବ୍ୟକ୍ତିଙ୍କର ହେଲା ମସ୍ତିଷ୍କଘାତ..

ରାୟପୁର: ଛତିଶଗଡରେ ଜଣେ ବ୍ୟକ୍ତିଙ୍କ ଖୁବ୍‌ ଜୋରରେ ହୋଇଥିବା ଡିଜେ ଶବ୍ଦ କାରଣରୁ ମସ୍ତିଷ୍କଘାତ ହୋଇଥିବା ଖବର ଏବେ ହଇଚଇ ସୃଷ୍ଟି କରିଛି । ଜୋରରେ ହେଉଥିବା ଶବ୍ଦ କାରଣରୁ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ ବିଷୟରେ ଡାକ୍ତର ଚେତାବନୀ ମଧ୍ୟ ଦିଅନ୍ତି । ଛତିଶଗଡରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିକଟରେ ମସ୍ତିଷ୍କଘାତର ଶିକାର ହୋଇଛନ୍ତି । ଉକ୍ତ ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ କିମ୍ବା ସ୍ୱାସ୍ଥ୍ୟ ଜନିତ ଅନେକ କୌଣସି ସମସ୍ୟା ନଥିବା ଜଣାପଡିଛି । ତାଙ୍କର ମସ୍ତିଷ୍କଘାତ ହେବାର କାରଣ ଜୋରରେ ହେଉଥିବା ଡିଜେ ଶବ୍ଦ ବୋଲି ଡାକ୍ତର ଅନୁମାନ କରିଛନ୍ତି ।
ରିପୋର୍ଟ ଅନୁସାରେ ଏହି ଘଟଣା ପୂର୍ବ ସପ୍ତାହରେ ଛତିଶଗଡର ବଳରାମପୁର ଜିଲାର। ଜିଲାର ନିବାସୀ ସଞ୍ଜୟ ଜୟସବାଲ୍‌ ଏକ ଡିଜେ ଗାଡିରେ ଉପକରଣ ଲୋଡ୍‌ କରିବାରେ ସାହାଯ୍ୟ କରନ୍ତି । ତାଙ୍କର ପ୍ରଥମେ ମୁଣ୍ଡ ବୁଲାଇବା ଭଳି ଅନୁଭବ ହୋଇଥିଲା, ମାତ୍ର ଆରମ୍ଭର ଲକ୍ଷଣକୁ ଅଣଦେଖା କରିଥିଲେ । ଅସୁସ୍ଥ ଅନୁଭବ ହେବା ପରେ ସେ ଘରକୁ ପଳାଇଥିଲେ । ମାତ୍ର ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିଲା । ତାଙ୍କର ମୁଣ୍ଡ ବିନ୍ଧା ଓ ବାନ୍ତି ହୋଇଥିଲା । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିିକିତ୍ସା ସମୟରେ ତାଙ୍କ ରକ୍ତଚାପ ୧୧୦/୭୦ ଥିଲା । ଏହାପରେ ଡାକ୍ତରଙ୍କ ଚିନ୍ତା ବଢି ଯାଇଥିଲା ।
ଡାକ୍ତରଙ୍କ କହିବାନୁଯାୟୀ, ଜୋରରେ ହେଉଥିବା ଶବ୍ଦ ସ୍ଥାନରେ ଅଧିକ ସମୟ ବିତାଇଲେ ଶୁଣିବାର କ୍ଷମତା, ରକ୍ତଚାପ ଆଦି ସମସ୍ୟା ହୋଇପାରେ । ହୃଦୟ ଜନିତ ସମସ୍ୟା ମଧ୍ୟ ହୋଇପାରେ ।

ଭିଡିଓରେ ଦେଖନ୍ତୁ ; ‘ବନ୍ଦେ ଭାରତ’କୁ ସବୁଜ ପତାକା ଦେଖାଇବା ସମୟରେ ଧାରଣାକୁ ଖସି ପଡିଲେ ବିଜେପି ବିଧାୟିକା ..

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories