www.samajalive.in
Friday, December 12, 2025
15.1 C
Bhubaneswar

ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ ‘ଫିନ୍‌‌ଏକ୍ସପୋ ୨.୦’: ‘ଆର୍ଥିକ ବିବର୍ତ୍ତନର କେନ୍ଦ୍ର – ଏକ ସମୃଦ୍ଧ ଭବିଷ୍ୟତ ପାଇଁ ରଣନୀତି’ ଶୀର୍ଷକ ଆଲୋଚନାଚକ୍ର

ପିପିଲି:ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସ୍କୁଲ କମର୍ସ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼କୁରୁକି ସ୍ଥିତ ନୂତନ କ୍ୟାମ୍ପସ ଠାରେ ବାର୍ଷିକ ‘ଫିନ୍‌‌ଏକ୍ସପୋ ୨.୦’ ପାଳନ ଅବସରରେ ‘ଆର୍ଥିକ ବିବର୍ତ୍ତନର କେନ୍ଦ୍ର – ଏକ ସମୃଦ୍ଧ ଭବିଷ୍ୟତ ପାଇଁ ରଣନୀତି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ପ୍ରତିଷ୍ଠିତ ଅନୁଷ୍ଠାନର ବିଶେଷଜ୍ଞମାନେ ଯୋଗଦେଇ ବିକଳ୍ପ ନିବେଶର ଗତିଶୀଳ ଦୃଶ୍ୟ, ସିଏଫଓ ହେବା ପାଇଁ ଆବଶ୍ୟକ ରଣକୌଶଳ ଏବଂ ଏକ ଶୀର୍ଷ-୩ ଅର୍ଥନୀତି ଓ ଏକ ଫିଣ୍ଟେକ ପାୱାରହାଉସ ଭାବରେ ଭାରତର ଭବିଷ୍ୟତ ସଂପର୍କରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।

ଏହି ଅବସରରେ ଆୟୋଜିତ କାର୍ଯ୍ରକ୍ରମରେ ସ୍କୁଲ ଅଫ୍ କମର୍ସ ର ଡିନ୍ ପ୍ରଫେସର ପ୍ରଦ୍ୟୁମ୍ନ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଫାଦର ଏସ୍. ଆଣ୍ଟୋନି ରାଜ ନିଜ ଅଭିଭାଷଣରେ ବିଶ୍ୱବିଦ୍ୟାଳୟର ସଫଳତା ଏବଂ ‘ଫିନ୍‌‌ଏକ୍ସପୋ ୨.୦’ର ଉଦ୍ଦେଶ୍ୟ ଓ ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ସେ ଆର୍ଥିକ ଦୃଶ୍ୟପଟ୍ଟର ଗତିଶୀଳତା ଉପରେ ଆଲୋକପାତ କରିବା ସହ ଗ୍ରାହକଙ୍କ ଆଶାକୁ ପୂରଣ କରିବା ପାଇଁ ବୈଷୟିକ ପ୍ରଗତିକୁ ଗ୍ରହଣ କରୁଥିବା ଏକ ସହଯୋଗୀ ଆଭିମୁଖ୍ୟକୁ ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।

- Advertisement -

ଏଥିରେ ବକ୍ତାଭାବେ କ୍ୟାପିଟାଲ ଇନ୍‌‌ଭେଷ୍ଟର ପ୍ରତିଷ୍ଠାତା ଓ ସିଇଓ ପ୍ରଣୟ ଗୌଡ୍‌‌ ଯୋଗଦେଇ ରିଅଲ ଇଷ୍ଟେଟ୍‌‌ ବ୍ୟବସାୟରେ ନିବେଶର କୌଶଳ ସଂପର୍କରେ ମୂଲ୍ୟବାନ ପରାମର୍ଶ ଦେବା ସହ ରିଅଲ ଇଷ୍ଟେଟ୍‌‌ ଇନ୍‌‌ଭେଷ୍ଟମେଣ୍ଟ ଟ୍ରଷ୍ଟ (ଆର୍‌‌ଇଆଇଟି) ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଭାବେ ଟେନ୍‌‌ଥ ଡିସେଲି ର ପ୍ରତିଷ୍ଠାତା ଓ ଲିଡ୍‌‌ ଫାଇନାନ୍‌‌ସିଆଲ ମଡେଲର ସଚିନ ଚାୱଲା ଯୋଗଦେଇ ଦୃତ ଗତିରେ ବିକଶିତ ହେଉଥିବା ବଜାରରେ ନିଜକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରି ନିଜର ଅଭିନବ ଚିନ୍ତାଧାରାରେ ବିକଳ୍ପ ନିବେଶ ଅନୁସନ୍ଧାନ କରିବା, ବଜାରରେ ଥିବା ସୁଯୋଗର ସୁବିଧା ନେବା ଓ ଉପଭୋକ୍ତାଙ୍କ ପସନ୍ଦକୁ ଗୁରୁତ୍ୱଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟତମ ବକ୍ତା ଭାବେ ୱେଲ୍‌‌ସ ଫାର୍ଗୋବ୍ୟାଙ୍କ ର ବରିଷ୍ଟ ଉପସଭାପତି ନବୀନ ଭାସୱାନୀ ଯୋଗଦେଇ ଭାରତର ଜନସଂଖ୍ୟା ବୃଦ୍ଧି ଓ ରିଅଲ ଇଷ୍ଟେଟ୍‌‌ ବ୍ୟବସାୟ ଉପରେ ଏହାର ପ୍ରଭାବ ଉପରେ ଆଲୋକପାତ କରିବା ସହ କୌଣସି କ୍ଷେତ୍ରରେ ନିବେଶ ନିଷ୍ପତ୍ତି ନେବାପାଇଁ ବଜାର ଧାରାକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ‘ଭାରତ-୨୦୩୦’ର ରଣନୀତି ଉପରେ ପ୍ରଫିଟେନ୍ସ ୱେଲ୍‌‌ଥ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା ତଥା ସିଇଓ ଅଙ୍କିତ ପଟେଲ ଆଲୋକପାତ କରିବା ସହ ମୁଦ୍ରସ୍ଫୀତି, ଆୟ ଓ ବ୍ୟୟ ସଂପର୍କରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ।

ଭବିଷ୍ୟତର ଆହ୍ୱାନ ଗୁଡିକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ପାଇଁ ଶିକ୍ଷା ଓ ଦକ୍ଷତା ବିକାଶର ଦୀର୍ଘକାଳୀନ ଯୋଜନା ଏବଂ ବିନିଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କେବଳ ଲାଭ ପରିବର୍ତ୍ତେ ପ୍ରଭାବ ସୃଷ୍ଟି ଉପରେ ଅଧିକ ଧ୍ୟାନ ଦେବାକୁ ବିୱାଇଜ୍‌‌ ର ସହ-ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ସୂର୍ଯ୍ୟ ଗଣେଶ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ଦୀର୍ଘକାଳୀନ ସଫଳତା ଆଣିବାରେ ଷ୍ଟାର୍ଟଅପ୍‌‌ ସ୍ଥାୟୀ ଅଭିବୃଦ୍ଧି ଓ ଗୋଷ୍ଟୀ ନିଯୁକ୍ତିକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନର ବ୍ୟବସାୟିକ ଆହ୍ୱାନ ମଧ୍ୟରେ ପାରମ୍ପରିକ ମଡେଲ ଓ ମେଣ୍ଟରସିପ୍‌‌ ସଂପର୍କରେ ବିୱାଇଜ୍‌‌ ର ଅନ୍ୟତମ ସହ-ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ରଣୀତ ସିସୋଡିଆ ଆଲୋକପାତ କରିବା ଅବସରରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କର୍ପୋରେଟ୍‌‌ ଦୁନିଆର ସ୍ଥିରତା ଓ ଅନୁକୂଳତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସ୍କୁଲ ଅଫ୍‌‌ କମର୍ସର ଏମ୍‌‌ଏମ୍‌‌ଏସ୍‌‌-ବିଏଫ୍‌‌ କ୍ୟାରିୟର ଆଡ୍‌‌ଭାଇଜରୀ ସର୍ଭିସେସ୍‌‌ ପ୍ରଫେସର ଭିଜିୟା ଭହତ ଓ ସ୍କୁଲ ଅଫ୍‌‌ କମର୍ସର ସହକାରୀ ଡିନ୍‌‌ ପ୍ରଫେସର ଅଶୋକ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ଜେ. ନିକିତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅର୍ଥନୈତିକ ପରାମର୍ଶଦାତା ଓ ବିଶେଷଜ୍ଞମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଅର୍ଥନୀତି ଓ ରିଅଲ ଇଷ୍ଟେଟ୍‌‌ ସଂପର୍କିତ ସେମାନଙ୍କ ଉନ୍ନତ ଚିନ୍ତାଧାରା ଓ ପରିକଳ୍ପନାକୁ ସମସ୍ତଙ୍କ ମଧ୍ୟରେ ପ୍ରସାର କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହା ବିଜିନେସ୍‌‌ ଫାଇନାନ୍ସ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଧିକ ସୁଦୃଢ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories