www.samajalive.in
Friday, December 5, 2025
17.1 C
Bhubaneswar

ଚଳନ୍ତା ଅଟୋରୁ ଡେଇଁ ପଡ଼ିଲା କୁମ୍ଭୀର, ନାକେଦମ ହେଲେ ବନ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ କୁମ୍ଭୀର ନଦୀରୁ ବାହାର ଜନବସତିକୁ ଚାଲିଆସୁଛନ୍ତି। ଏଥିଯୋଗୁ ଅନେକ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଲାଗି ରହିଛି। ରାଜ୍ୟର ଶୋପୁର ଅଞ୍ଚଳରୁ ଗୁରୁବାର ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା। କୁମ୍ଭୀରଟି ଜନବସତିକୁ ଚାଲିଆସିଥିଲା। ଲୋକମାନେ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ। ଫଳରେ ବନ କର୍ମଚାରୀ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରି ଏକ ଇ-ରିକ୍ସାରେ ଆଣି ନଦୀରେ ଛାଡ଼ିବାକୁ ନେଉଥିଲେ। ହେଲେ ବିଜୟପୁର ନିକଟରେ ମଝି ରାସ୍ତାରେ କୁମ୍ଭୀରଟି ଅଟୋରୁ ଡେଇଁପଡ଼ିଥିଲା। ମାତ୍ର ବନ୍ଧାଯାଇଥିବାରୁ କୁଆଡେ ଯାଇପାରି ନ ଥିଲା। ହେଲେ ପାଖରେ କୌଣସି ସରଞ୍ଜାମ ନ ଥିବାରୁ ବନ କର୍ମଚାରୀମାନେ କୁମ୍ଭୀରଟିକୁ ପୁନର୍ବାର କାବୁ କରିବାରେ ନାକେଦମ ହୋଇଥିଲେ। କିଛି ସମୟ ପରେ କର୍ମଚାରୀମାନେ ତା’କୁ କାବୁ କରି ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories