www.samajalive.in
Monday, December 8, 2025
13.1 C
Bhubaneswar

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ଢେଙ୍କାନାଳ: ଦୁର୍ଘଟଣା ପରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଘେରିଲେ ଲୋକେ। ଢେଙ୍କାନାଳ ସହରରେ ୨ଟି ପୃଥକ ଦୁର୍ଘଟଣାକୁ ନେଇ ଉତ୍ତେଜନା। ଜାତୀୟ ରାଜପଥ ଅବରୋଧ। କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମହିଷାପାଟ ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ମୃତ ଯୁବକଙ୍କ ନିକଟ ସମ୍ପର୍କୀୟ ପରିବାରକୁ କ୍ଷତିପୂରଣ ଏବଂ ଗୁରୁତର ହୋଇଥିବା ଯୁବକଙ୍କୁ ଆର୍ଥିକ ସହାୟତା ସହ ମାଗଣା ଚିକିତ୍ସା ଦାବିରେ ମହିଷାପାଟ ବାଇପାସ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।

ଭୁବନେଶ୍ବର ଫେରୁଥିବାବେଳେ ମନ୍ତ୍ରୀ ରବି ନାଏକଙ୍କୁ ଲୋକେ ଘେରିଥିଲେ। ମନ୍ତ୍ରୀ ଶ୍ରୀ ନାଏକ ଲୋକଙ୍କ ସହ ଆଲୋଚନା କରୁଥିବାବେଳେ ଖବର ପାଇ ଜିଲା ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଲା ପ୍ରଶାସନ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ସେମାନଙ୍କ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ହଟିଥିଲା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories