ମୋହନା: ବୋଲେରୋ ଓଲଟି ଗୋଟିଏ ପରିବାରର ୭ଜଣ ଆହତ ହୋଇଥିବା ସୂଚନା ମିଛି। ଆହତଙ୍କ ମଧ୍ୟରେ ୩ଶିଶୁ ରହିଛନ୍ତି। ଆହତ ହୋଇଥିବା ୭ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବ୍ରହ୍ମପୁରରୁ ଫେରୁଥିବାବେଳେ ଅଡ଼ବା ପଦା ଗାଁ ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଓଲଟିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର ପରେ ସ୍ଥାନୀୟ ମେଡ଼ିକାଲକୁ ପଠାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ କରିଥିବା ସୂଚନା ମିଳିଛି।
Popular Categories



