www.samajalive.in
Saturday, December 6, 2025
15.1 C
Bhubaneswar

ମୋଦୀଙ୍କ ପରିବାରରେ ନୂଆ ଅତିଥି ‘ଦୀପଜ୍ୟୋତି’, ଭିଡିଓରେ ଦେଖନ୍ତୁ କିପରି ହେଉଛି ସ୍ଵାଗତ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବାରରେ ଯୋଡ଼ି ହୋଇଛନ୍ତି ଜଣେ ନୂଆ ଅତିଥି, ଯାହାଙ୍କ ନାଁ ହେଉଛି ‘ଦୀପଜ୍ୟୋତି’। ଦୀପଜ୍ୟୋତି ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗରେ ଥିବା ବାସଭବନରେ ପହଞ୍ଚିବା ପରେ ମୋଦୀ ତାଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି। ତେବେ ଏହି ଅତିଥି ଜଣକ କୌଣସି ବ୍ୟକ୍ତି ନୁହନ୍ତି, ବରଂ ଏକ ବାଛୁରୀ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଗାଈ ବାଛୁରୀକୁ ଜନ୍ମ ଦେଇଛି। ବାଛୁରୀ ମୁଣ୍ଡରେ ଏକ ଦୀପ ଚିହ୍ନ ଥିବାରୁ ମୋଦୀ ତାହାର ନାଁ ‘ଦୀପଜ୍ୟୋତି’ ରଖିଛନ୍ତି। ପ୍ରଧାନମନ୍ତ୍ରୀ ବାଛୁରୀଟିକୁ ନିଜ ଘରେ ସ୍ନେହ ଆଦର କରିବା ସହିତ କୋଳରେ ଧରି ତା’ ସହିତ ଖେଳୁଥିବା ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଯାହା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories