www.samajalive.in
Sunday, December 14, 2025
26.1 C
Bhubaneswar

କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ୧୦ମ ପ୍ରତିଷ୍ଠା ଉତ୍ସବ

ଫୁଲବାଣୀ: ଗଣମାଧ୍ୟମ ପ୍ରତିନିଧିମାନଙ୍କ ଅଗ୍ରଣୀ ଅନୁଷ୍ଠାନ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ୧୦ମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ମହୋତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ହୋଇଯାଇଛି। ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସମ୍ପାଦକ ସୋମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଗଣମାଧ୍ୟମର ସୁଦୀର୍ଘ ଇତିହାସ ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକ ମାନେ ପରିବର୍ତ୍ତିତ ପରିସ୍ଥିତିର ଆହ୍ବନକୁ ସ୍ବୀକାର କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। କନ୍ଧମାଳ ଜିଲ୍ଲା ହେଉଛି ଓଡିଶାର କେନ୍ଦ୍ରବିନ୍ଦୁ। ଯେଉଁ ପର୍ଯ୍ୟନ୍ତ କନ୍ଧମାଳର ବିକାଶ ନହୋଇଛି ସେ ପର୍ଯ୍ୟନ୍ତ ଓଡ଼ିଶାର ବିକାଶ ଅସମ୍ଭବ। ଏ ଦିଗରେ ଗଣମାଧ୍ୟମର ଭୂମିକା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗ ଦେଇଥିଲେ। ଗଣମାଧ୍ୟମ ହେଉଛି ଶାସକ ଓ ଶାସିତ ମଧ୍ୟରେ ସେତୁ। ସାମ୍ବାଦିକ ମାନେ ସାମାଜିକ ଦାୟିତ୍ବ ବୋଧକୁ ଠିକ ଭାବେ ପାଳନ କଲେ ସାମଗ୍ରିକ ବିକାଶ ସମ୍ଭବ ବୋଲି ସେ ମତ ରଖିଥିଲେ। ସେହିଭଳି ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ସାମ୍ବାଦିକତା କେବଳ ଏକ ପେଶା ନୁହେଁ, ବରଂ ଏକ ବିପ୍ଳବର ସୂତ୍ରଧାର ବୋଲି କହିଛନ୍ତି।  ଏ ଅବସରରେ କନ୍ଧମାଳର ବରିଷ୍ଠ ସାମ୍ବାଦିକ ମହମ୍ମଦ୍ ନାଜି ଅଖତାର, ମହାଦେବ ସାହୁ ଓ ରବି ଦାସଙ୍କୁ ସେମାନଙ୍କ ଜୀବନ ବ୍ୟାପୀ ସାଧନା ପାଇଁ ଫୋରମ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories