www.samajalive.in
Monday, December 8, 2025
24.1 C
Bhubaneswar

ଗୋଡଭଗା ଉପମଣ୍ଡଳସ୍ତରୀୟ କବାଡି ପ୍ରତିଯୋଗିତା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗୋଡ଼ଭଗା ଉପମଣ୍ଡଳସ୍ତରୀୟ ୧୭ ଓ ୧୪ ବର୍ଷରୁ କମ ବାଳକ ବାଳିକାମାନଙ୍କ କବାଡି ଓ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନଶିକ୍ଷକ ଅଦନ ସୁନାଙ୍କ ସଭାପତିତ୍ବରେ ଆୟୋଜିତ ଆୟୋଜିତ ସାଧାରଣ ସଭାରେ ଅବସରପ୍ରାପ୍ତ ଖେଳ ଶିକ୍ଷକ କିଶୋର ପ୍ରଧାନ, ଭୁବନେଶ୍ବର ମହାକୁଡ଼ ଓ ସିଆରସିସି ରଶ୍ମିରାଣୀ ନନ୍ଦ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ। ଖେଳ ଶିକ୍ଷକ  ତ୍ରୈଲୋକ୍ୟ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅତିଥି ମାନଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ ପରେ ଖେଳ ଆରମ୍ଭ  ହୋଇଥିଲା। କ୍ରୀଡା ଶିକ୍ଷକ ବ୍ୟାସଦେବ ସାହୁ, ମକରଧ୍ବଜ ପ୍ରଧାନ, ସୁବାସ ଗଡତିଆ, ଶୁଭ୍ରାଂଶୁ ସାହୁ, ମମତା ରାଉତ, ଭୀମସେନ ସାହୁ ,ପଞ୍ଚାନନ ପ୍ରଧାନ, ରମେଶ ଛନ୍ଦ ଓ ଅନିତା ଭୋଇ ଖେଳ ପରିଚାଳନା କରିଥିଲେ। ଏଥିରେ ୧୩୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଉଭୟ ଖୋଖୋ ଓ କବାଡିରେ ୧୭ ବର୍ଷରୁ କମ କବାଡିରେ ବାଳକ ବିଭାଗରେ ୧୨ ଜଣ ଓ ବାଳିକା ବିଭାଗରୁ ୧୨ ଏବଂ ୧୪ ବର୍ଷରୁ କମ କବାଡି ଓ ଖୋଖୋରେ ୧୨ ଜଣ ବ୍ଲକ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତାକୁ ୧୧ ଜଣ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ  ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଖେଳ ଶିକ୍ଷୟିତ୍ରୀ ଶୁଭଶ୍ରୀ କର ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories