www.samajalive.in
Saturday, December 13, 2025
26.1 C
Bhubaneswar

ଯାତ୍ରା କଳାକାରଙ୍କୁ ମଞ୍ଚରେ ଠିଆ ଗୋଇଠା, ଦେଖନ୍ତୁ ଭିଡିଓ

ସମ୍ବଲପୁର: ଚାଲିଥିଲା ଯାତ୍ରା, କିନ୍ତୁ ହଠାତ୍ ଏକ ଦୃଶ୍ୟକୁ ନେଇ ତାତିଗଲେ ଦର୍ଶକ। ମଞ୍ଚ ଉପରକୁ ଚଢି କଳାକାରଙ୍କୁ ଠିଆ ଗୋଇଠା ମାରିବା ସହ କରିଥିଲେ ଭଙ୍ଗାରୁଜା। ଏମିତି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ନକ୍ସାପାଲିଠାରେ। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଦର୍ଶକ ଯାତ୍ରା ମଞ୍ଚକୁ ଚଢ଼ି ଭଙ୍ଗାରୁଜା କରିବା ସହ କଳାକାରଙ୍କୁ ଆକ୍ରମଣ କରିଛନ୍ତି, ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।


ମଙ୍ଗଳବାର ରାତିରେ ସ୍ବର୍ଣ୍ଣ ମହଲ ଯାତ୍ରା ପାର୍ଟି ପକ୍ଷରୁ ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ରହିଥିବା ଏକ ଧର୍ମାନ୍ତରୀକରଣ ଦୃଶ୍ୟକୁ ନେଇ ଦେଖା ଦେଇଥିଲା ବିବାଦ। ଏଥିରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଗୋ ମାଂସ ଖୁଆଇବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ଜଣେ ଦର୍ଶକ ଉତ୍ତ୍ୟକ୍ତ ହୋଇ ସିଧା ମଞ୍ଚ ଉପରକୁ ଚଢ଼ି ଯାଇ କଳାକାରଙ୍କୁ ଠିଆ ଗୋଇଠା ମାରିଥିଲେ। ଅନ୍ୟ ଦର୍ଶକମାନେ ମଧ୍ୟ ଚୌକି ଆଦି ଫିଙ୍ଗା ଫୋପଡ଼ା ତଥା ମଞ୍ଚ ଭଙ୍ଗାରୁଜା କରିଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ସାମୟିକ ଭାବେ ନାଟକଟି ବନ୍ଦ ରହିଥିଲା। ପରେ ସ୍ଥାନୀୟ ଲୋକେ ଏଥିରେ ହସ୍ତକ୍ଷେପ କରି ଉତ୍ୟକ୍ତ ଦର୍ଶକଙ୍କୁ ବୁଝାସୁଝା କରିବାରୁ ସ୍ଥିତି ସ୍ଵାଭାବିକ ହୋଇଥିଲା। ଏହାପରେ ନାଟକଟି ପୁଣି ଆରମ୍ଭ ହୋଇଥିଲା। କିନ୍ତୁ ଏହି ନାଟକରେ ହିନ୍ଦୁ ବ୍ୟକ୍ତିଙ୍କୁ ଗୋ ମାଂସ ଖୁଆଇବା ଦୃଶ୍ୟକୁ କାଟି ଦିଆଯାଇଥିଲା। ତେବେ ଅନ୍ୟ କୌଣସି ସ୍ଥାନରେ ମଞ୍ଚସ୍ଥ ହେଉଥିବାବେଳେ ଏହି ନାଟକରେ ହିନ୍ଦୁ ଭାବନା ବିରୋଧୀ ଦୃଶ୍ୟ ରହିଲେ ପରିସ୍ଥିତି ଭୟାବହ ହେବ ବୋଲି ଦର୍ଶକ ଜଣକ ଚେତାବନୀ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories