କଲ୍ୟାଣସିଂହପୁର: ଗାଁ ଭାତପରିସୀ ଠାରୁ ପଞ୍ଚାୟତ ରାସ୍ତା ମଝିରେ ଖାଲଖମା ହୋଇ ପାଣି ଭର୍ତ୍ତି ହୋଇ ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟଣପୁର ଗ୍ରାମ ପଞ୍ଚାୟତର ଭାତପରିସୀ ଗାଁ ଠାରୁ ୧ କିଲୋମିଟର ରାସ୍ତା ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ମରାମତି କରିବା ପାଇଁ ଉଭୟ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରି ନଥିବା ଜଣାପଡ଼ିଛି। ପୂର୍ତ୍ତ ବିଭାଗ ରାସ୍ତା ଠାରୁ ମାତ୍ର ଏକ କିଲୋମିଟର ଦୂରରେ ନାରାୟଣପୁର ପଞ୍ଚାୟତ ରହିଛି। ଅଳ୍ପ ବର୍ଷା ହେଲେ ମାଟି ରାସ୍ତା ହୋଇଥିବାରୁ କାଦୁଅ ହୋଇ ରାସ୍ତା ଶୋଚନୀୟ ହୋଇଯାଉଛି। ଯାହା ଫଳରେ ପଞ୍ଚାୟତକୁ ଯିବାକୁ ହେଲେ ଭାତପରିସୀ ଠାରୁ ଏକ କିଲୋମିଟର ପରିବର୍ତ୍ତେ ବୁଲି ସୀତାପୁର ଦେଇ ୬ କିଲୋମିଟର ଯିବାକୁ ପଡୁଛି। କୌଣସି ଆବଶ୍ୟକତା ପଡିଲେ ପଞ୍ଚାୟତ ଯିବାକୁ ହେଲେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଏହି ରାସ୍ତାକୁ ପ୍ରତ୍ୟେକ ବର୍ଷ ମାଟି ପକେଇ ଠିକାଦାର ମାନେ ମାଲେମାଲ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଏହି ରାସ୍ତାକୁ ସ୍ଥାୟୀ ରାସ୍ତା କରିବା ପାଇଁ ଉଭୟ ଗ୍ରାମବାସୀ ଦାବି କରିଛନ୍ତି। ନାରାୟଣପୁର ଠାରୁ ଭାତପରିସୀ ପର୍ଯ୍ୟନ୍ତ ପକ୍କା ରାସ୍ତା ତିଆରି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ବଡ ଘୋଷଣା ; ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ପୁନଃ ନିଯୁକ୍ତି



