www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ବାଚନ ପୂର୍ବରୁ ସାମ୍ନା-ସାମ୍ନି ବିତର୍କ କଲେ ଡୋନାଲ୍ଡ ଟ୍ରମ୍ପ-କମଳା ହାରିସ୍‌‌; ଜିତିଲେ ୨୪ଘଣ୍ଟାରେ ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ

ସମାଜ ଡିଜିଟାଲ ଡେସ୍କ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରରେ ହେବାକୁ ଥିବା ବେଳେ ଏହା ପୂର୍ବର ଦୁଇ ଦଳ ଡେମୋକ୍ରାଟିକ ଓ ରିପବ୍ଲିକାନର ପ୍ରାର୍ଥୀ ସାମ୍ନାସାମ୍ନି ମହାବିତର୍କ କରିଛନ୍ତି। ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସନ ସେଣ୍ଟରରେ ଦୁଇ ପ୍ରାର୍ଥୀ କମଳା ହାରିସ୍‌‌ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ତର୍କ ବିତର୍କ ହୋଇଛି। ଏହି ବତର୍କ ବେଳେ ବଡ ବୟାନ ଦେଇ ଟ୍ରମ୍ପ କହିଛନ୍ତି ଯଦି ସେ ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି ତେବେ ୨୪ଘଣ୍ଟାରେ ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଘଟିବ। ୟୁକ୍ରେନ ଆଜି ବର୍ତ୍ତମାନ ଏକ ସ୍ୱତନ୍ତ୍ର ଦେଶ ଭାବେ ଉଭା ହୋଇଛି, ଏହା ପଛରେ କେବଳ ଆମେରିକାର ହାତ ଥିବା ଟ୍ରମ୍ପ କହିଛନ୍ତି। ମାତ୍ର ଟ୍ରମ୍ପଙ୍କ ଏହି ବୟାନ ପରେ କମଳା ହାରିସ ପାଲଟା ଜବାବ ଦେଇଛନ୍ତି। କମଳା କହିଛନ୍ତି ଟ୍ରମ୍ପଙ୍କ ବିଦେଶ ନୀତି ସବୁଠୁ ଦୁର୍ବଳ, ଏହା ସମସ୍ତେ ଜାଣିଛନ୍ତି। ଇସ୍ରାଏଲ ଓ ହମାସ ଯୁଦ୍ଧକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ବିତର୍କ ହୋଇଛି। ବାଇଡେନ ଇସ୍ରାଏଲକୁ ଅଣଦେଖା କରିଥିବା ଟ୍ରମ୍ପ ଦୋଷାରୋପ କରିବା ପରେ ଏହାକୁ ବିରୋଧ କରିଥିଲେ ହାରିସ୍‌‌। କମଳା କହିଛନ୍ତି ବାଇଡେନ ସରକାର ଆରମ୍ଭରୁ ଇସ୍ରାଏଲ ସହ ଛିଡା ହୋଇଛନ୍ତି, ଆଗକୁ ସମର୍ଥକ ଜାରି ରଖିବେ। ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ଗାଜାର ପୁଣି ଥରେ ପୁନଃ ନିର୍ମାଣ ହେବ ବୋଲି କମଳା ହାରିସ୍‌‌ କହିଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories