www.samajalive.in
Sunday, December 14, 2025
14.1 C
Bhubaneswar

ଶ୍ରୀରାମ ମନ୍ଦିରର ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଗଠିତ

ଭୁବନେଶ୍ବର: ୟୁନିଟ-୩ ଖାରବେଳ ନଗର ସ୍ଥିତ ଶ୍ରୀରାମ ମନ୍ଦିର ସେବା ସମିତିର ଅନ୍ତରୀଣ (ମଧ୍ଯବର୍ତ୍ତୀ କାଳୀନ) ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା ଓଏଚ୍ଆରଇ ଆଇନ ଅନୁଯାୟୀ ୭ଜଣ ସଦସ୍ୟଙ୍କୁ ନେଇ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି।

ଏହାର ଅବଧି ଏକ ବର୍ଷ ରଖାଯାଇଛି।ସଦସ୍ଯ ଭାବେ ଜଟଣୀ ବିକାଶ ନଗରର ଅବସରପ୍ରାପ୍ତ ଜିଲା ଜଜ୍ ବିରଞ୍ଚି କୁମାର ରଥ, ବ୍ରହ୍ମେଶ୍ବର ପାଟଣାର ବରିଷ୍ଠ ଆଇନଜୀବୀ ନିର୍ମଳ କିଶୋର ରଥ, ବାଳକାଟି ପ୍ରତାପଶାସନର ସାମ୍ବାଦିକ ଅଜିତ କୁମାର ଶତପଥୀ, ରାଜଭବନ ନିକଟ ଆର୍.ଏନ.ସିଂଦେଓ ମାର୍ଗର ମନ୍ଦିର ପ୍ରତିଷ୍ଠାତା ସଦସ୍ଯ ଡଥା ବ୍ୟବସାୟୀ ସୁରେନ୍ଦ୍ର କୁମାର ଝୁନଝୁନୱାଲା, ଘାଟିକିଆ ସାଇବାବା ମନ୍ଦିର (ଭିପୁଲ)ର ରାଜନୀତିଜ୍ଞ ଇଦିଶ ଚନ୍ଦ୍ର ଭୂୟାଁ ମହାପାତ୍ର, ସତ୍ୟନଗର ଭଞ୍ଜ ପ୍ରଭା ମାର୍କେଟ ଅଞ୍ଚଳର ରାଜନୀତିଜ୍ଞ କାଳୀ ପ୍ରସାଦ ମିଶ୍ର ଓ ଖାରବେଳ ନଗର ଥାନା ନିରୀକ୍ଷକ ରଜନୀକାନ୍ତ ମିଶ୍ରଙ୍କୁ ଶ୍ରୀରାମ ମନ୍ଦିର ସମିତିକୁ ସୁଚାରରୂପେ ପରିଚାଳନା ପାଇଁ ଆୟୁକ୍ତ ମନୋନୀତ କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories