www.samajalive.in
Thursday, December 11, 2025
18.1 C
Bhubaneswar

ବଢ଼ୁଛି ପ୍ରଦୂଷଣ, ଯାଉଛି ଜୀବନ: ଦିଲ୍ଲୀରେ ଫୁଟିବନି ବାଣ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ପାର୍ବଣ ଋତୁ, ଆଗକୁ ଦୀପାବଳି। ବାୟୁ ପ୍ରଦୂଷଣ ଓ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ତିଆରି, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଛି। ସବୁଜ ବାଣ ବ୍ୟବହାର ଉପରେ ମଧ୍ୟ କଟକଣା ରହିଛି। ତେବେ ଓଡ଼ିଶାରେ ଏଭଳି କଟକଣା କେବେ ଲାଗୁ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବାଣ ବିସ୍ଫୋରଣରେ ରଜ୍ୟରେ ଏକାଧିକ ଜୀବନ ଯିବା ନଜିର ରହିଛି। ତେଣୁ ବାଣ କାରବାର ଉପରେ କଟକଣା ଲଗାଯିବା ଜରୁରୀ। ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ଉପରେ କଟକଣା ରହୁନି। ସବୁ ବର୍ଷ ଦୀପାବଳିରେ ବାଣ ବିସ୍ଫୋରଣ ଘଟୁଛି। ବେଆଇନ ବାଣ ପ୍ରସ୍ତୁତ କରି ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଆଇନ ରହିଛି। ସବୁ ନିୟମକୁ ପଛରେ ପକାଇ ବ୍ୟବସାୟୀ ଜନବସତି ଅଞ୍ଚଳରେ ବାଣ ତିଆରି ହେଉଛି। ବାଣ ଦୋକାନ ଖୋଲିଲେ, ପୁଲିସ ଜାଣୁଛି। ତେଣୁ ବେଆଇନ ବାଣ କାରଖାନା ଉପରେ ନଜର ଦେବାକୁ ଦାବି ହୋଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories