www.samajalive.in
Friday, December 12, 2025
27.1 C
Bhubaneswar

ଗଣେଶ ପୂଜା ଉପଲକ୍ଷେ ରକ୍ତଦାନ ଶିବିର, ୭୯ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ:  ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତଳା ଗ୍ରାମର ବାରିକି ସାହି ସ୍ଥିତ ସଂସ୍କୃତିକ ଭବନ ପରିସରରେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ସୋମବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ଯୁବକ ମାନଙ୍କୁ ପ୍ରଶଂସା କରିଥିଲେ।  ଆଗକୁ ଏଭଳି କାର୍ଯ୍ୟକରିବା ପାଇଁ ଉତ୍ସାହ ଯୋଗାଇଥିଲେ। ଓକିଲ କୈଳାଶ ପଲାଇ ଙ୍କ ସଭାପତିତ୍ୱ ରେ ଏକ ସଭାଅନୁଷ୍ଠିତ ହୋଇଥିଲା।  ଏଥିରେ ୮ ନମ୍ବର ୱlର୍ଡ ରକାଉନସିଲର ମହାଲକ୍ଷ୍ମୀ ନାଏକ, ବଡ଼ ବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, ଯୁବ ନେତା ସୁଦାମ ଜେନା, ପୁଇଁତଳା ସଂlସୃତିକ ପରିଷଦ ସଭାପତି ହରି ହର ବିଶ୍ୱାଳ, ସିମାଞ୍ଚଳ ବାରିକି, ଯୁବ ନେତା ଅକ୍ଷୟ ସ୍ୱାଇଁ, ଗ୍ରାସୀମ କମ୍ପାନୀ ର ୟୁନିଟ ହେଡ଼ ଅଜୟ ଗୁପ୍ତା, ସୁସ୍ମିତା ବେହେରା ପ୍ରମୁଖ ମଂଚାସୀନ ରହିଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାର ର କର୍ମଚାରୀ ଉପସ୍ଥିତ ରହି 79 ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ କୁ ପୂଜା କମିଟି ର ସଭାପତି ଶ୍ରବଣ କୁମାର ବାରିକି, ସମ୍ପlଦକ ସୁନୀଲ କୁମାର ବିଶ୍ୱାଳ, କୋଷାଧକ୍ଷ ସାଫଲ୍ୟ ପଳାଇ, ଉପଦେଷ୍ଟା ଅଜୟ ବାରିକି, ଲକ୍ଷ୍ମଣ ପଲାଇ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories